ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମୁଦ୍ରିକରଣ ପରେ ପୁଣିଥରେ ଏଟିଏମ ଗୁଡିକ ଶୁଖିଲା ଦିଶୁଛି। ବିଗତ କିଛିଦିନ ଧରି ଏଟିଏମ ଗୁଡିକରେ ଟଙ୍କା ନଥିବା ଏକ ସମସ୍ୟା ହୋଇଥିବା ବେଳେ ଓ ଏନେଇ ଚାରିଆଡେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନୋଟର ଅଭାବ ନାହିଁ।

ବିମୁଦ୍ରିକରଣ ପରେ ପୁଣିଥରେ ଏଟିଏମ ଗୁଡିକ ଶୁଖିଲା ଦିଶୁଛି। ବିଗତ କିଛିଦିନ ଧରି ଏଟିଏମ ଗୁଡିକରେ ଟଙ୍କା ନଥିବା ଏକ ସମସ୍ୟା ହୋଇଥିବା ବେଳେ ଓ ଏନେଇ ଚାରିଆଡେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନୋଟର ଅଭାବ ନାହିଁ।

କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ଏବେ ବଜାରରେ ୭୦ହଜାର କୋଟି ଟଙ୍କାର ନୋଟ କମ ଅଛି। ଅର୍ଥାତ ଯେତିକି ପରିମାଣରେ ନୋଟ ନଗଦ ବଜାରରେ ବୁଲିବା କଥା ତାହା ନାହିଁ।

ଏହି ସମସ୍ୟା ମୁଖ୍ୟତଃ ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ, ବିହାର,ମଧ୍ୟପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟରେ ଉତ୍କଟ ହୋଇପଡିଛି। ଏଣେ ଏଟିଏମରେ ଟଙ୍କା ଭରିବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ୫୦୦ ଟଙ୍କିଆ ନୋଟର ଛାପାକୁ ରିଜର୍ଭ ବ୍ୟାଙ୍କ ବଢାଇଦେଇଛି।

ସାଧାରଣତଃ ଯେତିକି ପରିମାଣରେ ୫୦୦ ଟଙ୍କିଆ ନୋଟ ଛପା ହେବା କଥା ତାହାର ୫ ଗୁଣ ଅଧିକ ନୋଟ ଛାପା ଆରମ୍ଭ ହୋଇଛି। ବିଗତ କିଛି ଦିନ ଧରି ଲୋକେ ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବ୍ୟାପକ ପରିମାଣରେ ଉଠାଇ ନେଉଥିବା ଦେଖାଯାଉଛି।ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଆରମ୍ଭ ହୋଇଛି।

ଆନ୍ଧ୍ର ଓ ତେଲେଙ୍ଗାନା ଭଳି ରାଜ୍ୟରେ ଏହି କୃତ୍ରିମ ଅଭାବ ଠିକାଦାରମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ବୋଲି ଖବର ଆସୁଛି। ବଡ଼ ଠିକାଦାରମାନେ ଛୋଟ ଠିକାଦାରଙ୍କୁ ବିପୁଳ ସଂଖ୍ୟାରେ ଚେକ୍ ଦେଇ ଟଙ୍କା ଉଠାଇ ନେଉଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମନଇଚ୍ଛା ଏଟିଏମ ଉଠାଣକୁ ଦୃଷ୍ଟିରେ ରଖି ଏକ ନିର୍ଦିଷ୍ଟ ପରିମାଣରୁ ଅଧିକ ଟଙ୍କା ଏଟିଏମରୁ ଉଠାଇଲେ ଅଧିକା ଚାର୍ଜ ଭିଡିବା କଥା ମଧ୍ୟ ଚିନ୍ତା କରାଯାଉଛି। ଏଟିଏମରୁ ବିପୁଳ ପରିମାଣରେ ଟଙ୍କା ଉଠାଯିବା ପଛରେ ଆଉ ଏକ ବଡ଼ କାରଣ ହେଉଛି ଦେଶର ତାଜନୈତିକ ସ୍ଥିତି।

ବର୍ତ୍ତମାନ ପ୍ରାୟ ଏହା ସ୍ପଷ୍ଟ ହୋଇଗଲାଣି ଯେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଯିବ ନାହିଁ। ହୁଏତ ଡିସେମ୍ବର ମାସ ମଧ୍ୟରେ ସାଧାରଣ ନିର୍ବାଚନ ହୋଇଯାଇପାରେ।

ଏଣୁ ରାଜନୈତିକ ଦଳ ଓ ଠିକାଦାରମାନଙ୍କ ପକ୍ଷରୁ ବର୍ତ୍ତମାନ ଠାରୁ ନଗଦ ଠୁଳ କରିବା ସମ୍ଭାବନାକୁ ଏଡେଇ ଦେଇ ହେଉନାହିଁ।

Comment