ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି।

ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ନେଇ ଛନ୍ଦି ହୋଇପଡ଼ିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର। ତାଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ।

କଂଗ୍ରେସ ଦଳ ନେତୃତ୍ୱରେ ଏକାଧିକ ଦଳକୁ ନେଇ ଶୁକ୍ରବାରଦିନ ଏକ ବୈଠକ ବସିଥିଲା। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଏନଡ଼ିଏ ବିରୋଧୀ ଦଳକୁ ନେଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏନଡ଼ିପି, ଆରଜେଡି ଏବଂ ବାମଦଳ ସମେତ ୭ଟି ଦଳ ଏହି ବୈଠକରେ ସାମିଲ ହୋଇଥିଲେ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ପ୍ରଦାନ କରାଯାଇଥିବା ମହାଅଭିଯୋଗ ପ୍ରସ୍ତାବରେ ୭୧ ଜଣ ରାଜ୍ୟସଭା ସଦସ୍ୟଙ୍କ ହସ୍ତାକ୍ଷର ନିଆଯାଇଛି ବୋଲି କୁହାଯାଇଛି।

ମହାଅଭିଯୋଗ ପ୍ରସ୍ତାବ ପାଇଁ ଅତି କମରେ ୫୦ଜଣ ସାଂସଦଙ୍କ ହସ୍ତାକ୍ଷର ଅବଶ୍ୟକତା ରହିଥିବା ବେଳେ କଂଗ୍ରେସ ଦଳ ସାଂସଦଙ୍କୁ ଏକାଠି କରିବାରେ ସଫଳ ହୋଇଛି।

ଗତ ଜାନୁୟାରୀ ମାସରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟଶୈଳୀ ଓ ପ୍ରଶାସନିକ ଅନିୟମିତତା ନେଇ ଅଭିଯୋଗ ଆଣିଥିଲେ। ଏଥିରେ ଛନ୍ଦି ହୋଇପଡ଼ିଥିଲେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଦୀପକ ମିଶ୍ର।

Comment