ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ପ୍ରତ୍ୟେକ ବର୍ଷ ବହୁ ନୂଆ କଳାକାର ଆସନ୍ତି। ଆଉ ପ୍ରତି ବର୍ଷ ଶତାଧିକ ସିନେମା ମୁକ୍ତିଲାଭ କରିଥାଏ। ହେଲେ ଏଥିମଧ୍ୟରୁ ଖୁବ୍ କମ୍‌ ସଂଖ୍ୟକ କଳାକାର ଓ ଫିଲ୍ମ ଗିନିଜ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି।

ଆସନ୍ତୁ ନଜର ପକାଇବା ସେସବୁ ଉପରେ…

      ସମର୍ଥ-ମୁଖାର୍ଜୀଙ୍କ ପରିବାର

ସବୁଠାରୁ ଅଧିକ ଲିଡିଂ ଆକ୍ଟ୍ରେସ ଦେବାର ରେକର୍ଡ ସମର୍ଥ-ମୁଖାର୍ଜୀ ପରିବାର ବଲିଉଡରେ ଏଯାବତ୍ ତିନି ପିଢ଼ିର ଲିଡିଂ ଲେଡି ଦେବାର ରେକର୍ଡ କରିଛନ୍ତି। ଚାଳିଶି  ଦଶକରେ ଶୋଭନା ସମର୍ଥ ବଲିଉଡର ନାୟିକା ଭାବେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଷାଠିଏ ଦଶକରେ ଶୋଭନାଙ୍କ କନ୍ୟା ନୂତନ ଓ ତନୁଜା ଟପ୍ ହିରୋଇନ୍ ବନିଥିଲେ। ତନୁଜା କନ୍ୟା ତଥା ଶୋଭନାଙ୍କ ନାତୁଣୀ କାଜୋଲ୍ ଓ ତିନିଶା ଏବେ ବି ବଲିଉଡରେ ନାୟିକା ଭାବେ ବେଶ୍ ଲୋକପ୍ରିୟ।

କୁମାର ସାନୁ

ବଲିଉଡରେ ନବେ ଦଶକରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ କଣ୍ଠଶିଳ୍ପୀ କୁମାର ସାନୁ। ସେ ୧୯୯୩ରେ ଗିନିଜ ବୁକରେ ସ୍ଥାନ ପାଇଥିଲେ। ସେ ଗୋଟିଏ ଦିନରେ ୨୮ଟି ଗୀତ ନିଜ କଣ୍ଠରେ ରେକର୍ଡ କରିବାର ବିରଳ ଉଦାହରଣ ସୃଷ୍ଟି କରିଥିଲେ।

କପୁର ଫ୍ୟାମିଲି

ବଲିଉଡକୁ ସର୍ବାଧିକ କଳାକାର  ଦେଇଥିବା ପରିବାର ହେଲା କପୁର ଫ୍ୟାମିଲି। ପୃଥ୍ୱୀରାଜ କପୁରଙ୍କଠାରୁ ଆରମ୍ଭ ହୋଇଥିବା ଏହି ପରିବାର ରଣବୀର କପୁରଙ୍କ ଯାଏଁ ପ୍ରାୟ ୨୪ ଜଣ କଳାକାର ବଲିଉଡରେ କାମ କରିଛନ୍ତି।

ଲଳିତା ପାୱାର

ସର୍ବାଧିକ ସମୟ ଯାଏଁ ବଲିଉଡରେ କ୍ୟାରିଅର କରିଥିବା ଅଭିନେତ୍ରୀ ଭାବେ ଲଳିତା ପାୱାର ବିରଳ ରେକର୍ଡ ତିଆରି କରିଥିଲେ। ସେ ୧୯୨୮ରୁ ୧୯୯୮ଯାଏଁ ପାୟ ୭୦ ବର୍ଷ ଧରି ଏଠାରେ କାମ କରି ସାତ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ।

ଜୟ ରାଜ୍

ସବୁଠୁ ବେଶୀ ସମୟ ଧରି ବଲିଉଡରେ ଅଭିନେତା ଭାବେ କାମ କରିଥିବା ରେକର୍ଡଧାରୀ ହେଲେ ଜୟୀରାଜ। ସେ ୭୦ ବର୍ଷ ଧରି କ୍ୟାରିଅର ଭିତରେ ତିନିଶହରୁ ଅଧିକ ଫିଲ୍ମରେ କାମ କରିଥିଲେ।

ଆଶା ଭୋଁସଲେ

ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ ୧୯୪୭ରୁ କ୍ୟାରିଅର ଆରମ୍ଭ କରିଥିବା ୨୦୧୧ ସୁଦ୍ଧା ୧୧ ହଜାର ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ।

ଜଗଦୀଶ ରାଜ

ହିନ୍ଦୀ ସିନେମାରେ ପୋଲିସ୍ ଅଧିକାରୀ ଭୂମିକାରେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଥିବା ଅଭିନେତା ହେଲେ ଜଗଦୀଶ ରାଜ୍। ସେ ୧୪୪ଟି ହିନ୍ଦୀ ସିନେମାରେ ପୋଲିସ୍ ଚରିତ୍ର ନିଭାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ନିଜର ନାମ ସ୍ଥାନ ଦେବାରେ ସକ୍ଷମ ହୋଇଛନ୍ତି।

ସମୀର

୨୦୧୫ ଯାଏଁ ସର୍ବାଧିକ ସିନେମାରେ ସବୁଠୁଁ ବେଶୀ ଗୀତ ଲେଖି ପ୍ରଖ୍ୟାତ ଗୀତିକାର ସମୀର ଗିନିଜ୍ ବୁକରେ ସ୍ଥାନ ପାଇଛନ୍ତି। ସେ ୬୫୦ ଫିଲ୍ମରେ ୩୫୨୪ଟି ଗୀତ ଲେଖିଛନ୍ତି।

ସୁନୀଲ ଦତ୍ତ

ପ୍ରଖ୍ୟାତ ଅଭିନେତା ନିର୍ମାତା ନିର୍ଦ୍ଦେଶକ ସୁନିଲ ଦତ୍ତ ୧୯୬୪ ମସିହାରେ ‘ୟାଦେଁ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଥିଲେ। ୧୧୩ ମିନିଟର ଏହି ଫିଲ୍ମରେ କେବଳ ସୁନିଲ ଦତ୍ତ ଅଭିନୟ କରିଥିଲେ। ଏହି ସିନେମାକୌଣସି ଫିଲ୍ମରେ ସବୁଠାରୁ କମ୍ କଳାକାର ଅଭିନୟ କରିଥିବା ହେତୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଥିଲା।

କହୋ ନା ପ୍ୟାର ହେ

ଜଣାଶୁଣା ଅଭିନେତା-ନିର୍ମାତା -ନିର୍ଦ୍ଦେଶକ ରାକେଶ ରୋଶନଙ୍କ ବ୍ଲକ ବଷ୍ଟର ମୁଭି ‘କହୋ ନା ପ୍ୟାର ହେ’ ୨୦୦୦ରେ ରିଲିଜ୍ ହୋଇଥିଲା। ବିଭିନ୍ନ ଆୱାର୍ଡ ଫଙ୍କସନରେ ସର୍ବାଧିକ ୯୨ଟି ଆୱାର୍ଡ ଲାଭ କରିଥିବା ହେତୁ ‘କହୋ ନା ପ୍ୟାର ହେ’କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ମିଳିଥିଲା।

ବାହୁବଲୀ: ଦ ବିଗିନିଂଗ

ଏହି ଫିଲ୍ମର ସବୁଠୁଁ ବଡ଼ ଫିଲ୍ମ ପୋଷ୍ଟର ଥିବା ହେତୁ ଏହାକୁ ଗିନିଜ୍ ବୁକରେ ସ୍ଥାନ ମିଳିଥିଲା। ୨୦୧୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ପୋଷ୍ଟର ଏରିୟା ଥିଲା ୫୧ ହଜାର, ୫୯୮.୨୧ ବର୍ଗଫୁଟ୍।

Comment