ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଗ୍ୟାସ ସମସ୍ୟା ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଚିକିତ୍ସକଙ୍କ ଭାଷାରେ ଏହାକୁ ‘ଗ୍ୟାଷ୍ଟ୍ରୋଇସୋଫେଜିୟଲ୍ ରିଫଲକ୍ସ ଡିଜିଜ୍’ ବୋଲି ମଧ୍ୟ କୁହାଯାଏ। ଗ୍ୟାସ ସମସ୍ୟା ଯୋଗୁଁ ପେଟ ଯନ୍ତ୍ରଣା ହେବା ସହ ବାନ୍ତି ଲାଗିବା, ଭୋକ ନଲାଗିବା ଭଳି ସମସ୍ୟା ଶରୀରରେ ଦେଖାଦିଏ।

ଯଦି ଆପଣ ବି ଗ୍ୟାସ୍ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ କିଛି ଘରୋଇ ଉପାୟ ଅବଲମ୍ବନ କରି ଏହି ସମସ୍ୟାକୁ ଦୂର କରିପାରିବେ।

ପାନ ମଧୁରି

ଖାଦ୍ୟ ଖାଇସାରିଲା ପରେ ପାନ ମଧୁରି ଚୋବାଇ ଖାଇଲେ ଗ୍ୟାସ ସମସ୍ୟା ଦୂର ହୋଇଥାଏ। ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ଵରାନ୍ଵିତ କରିଥାଏ। ଫଳରେ ପେଟରେ ଗ୍ୟାସ୍‌ ସମସ୍ୟା ହୁଏ ନାହିଁ। ଆପଣ ପାନ ମଧୁରିକୁ ମଧ୍ୟ ଚା’ରେ ପକାଇ ପିଇପାରିବେ।

କୋଲ୍ଡଡ୍ରିଙ୍କସଠାରୁ ଦୂରେଇ ରୁହନ୍ତୁ

ଗ୍ୟାସ୍‌ ସମସ୍ୟାର ମୂଳ କାରଣ ହେଉଛି କୋଲ୍ଡଡ୍ରିଙ୍କସ। ଆଜିକାଲି ବଜାରରେ ମିଳୁଥିବା ଅନେକ ପ୍ରକାର କୋଲ୍ଡଡ୍ରିଙ୍କସ ପିଇବା ଦ୍ଵାରା ଗ୍ୟାସ୍‌ ସମସ୍ୟା ଅଧିକ ଦେଖାଯାଉଛି। ଯଥାସମ୍ଭବ ଏହାହାରୁ ଦୂରେଇ ରୁହନ୍ତୁ। ଏହାବଦଳରେ ହର୍ବାଲ ପାନୀୟ ବ୍ୟବହାର କରନ୍ତୁ। ଏହାସହ ପ୍ରତିଦିନ ଏକ ଗ୍ଲାସ ଗରମ ପାଣି ପିଅନ୍ତୁ।

ତରଭୁଜ

ଆଣଙ୍କ ଦୈନନ୍ଦିନ ଖାଦ୍ୟରେ ତରଭୁଜ, କଦଳୀ ଭଳି ଫଳ ସାମିଲ କରନ୍ତୁ। ତରଭୁଜ ରସ ଗ୍ୟାସ ସମସ୍ୟା ଦୂର କରିଥାଏ।

ପଇଡ଼ ପାଣି

ପ୍ରତିଦିନ ଅତିକମରେ ଗୋଟିଏ ଗ୍ଲାସ ପଇଡ଼ ପାଣି ପିଅନ୍ତୁ। ଏହା ଗ୍ୟାସ ସମସ୍ୟା ପାଇଁ ଏହା ଲାଭଦାୟକ ହୋଇଥାଏ।

ଲବଙ୍ଗ ଖାଆନ୍ତୁ

ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଲବଙ୍ଗକୁ ଚୋବାଇ ଖାଆନ୍ତୁ। ଏହାଦ୍ଵାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ।

ଧୂମ୍ରପାନଠାରୁ ଦୂରେଇ ରୁହନ୍ତୁ

ଅଧିକ ଧୁମ୍ରପାନ ଗ୍ୟାସ ସମସ୍ୟାର ଅନ୍ୟତମ କାରଣ ହୋଇଥାଏ। ତେଣୁ ଧୁମ୍ରପାନଠାରୁ ଦୂରେଇ ରହନ୍ତୁ।

ଅଦା

ଅଦା ଖାଦ୍ୟ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଅଦା ଚୋବାଇ ଖାଇଲେ ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ।

ଲେମ୍ବୁ

ଖାଦ୍ୟଗ୍ରହଣର ଏକଘଣ୍ଟା ପୂର୍ବରୁ ଲେମ୍ବୁ ପାଣିରେ ଅଳ୍ପ ଚିନି ମିଶାଇ ପିଇବା ଦ୍ଵାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳେ।

ଏହାସହ ଖାଦ୍ୟ ଠିକ ସମୟରେ ଖାଆନ୍ତୁ। ବେଶୀ ସମୟ ଧରି ପେଟ ଖାଲି ରହିଲେ ଗ୍ୟାସ୍‌ ସମସ୍ୟା ଦେଖାଦେଇଥାଏ। ଖଟା, ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ। ଗୁଡ଼, ଲେମ୍ବୁ, ବାଦାମ, ଗାଜର, ବିନ୍ସ ଓ ଦହି ଗ୍ୟାସ ସମସ୍ୟା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

Comment