ଓଡ଼ିଶାଲାଇଭ୍ ବ୍ୟୁରୋ

‘ଗୁଗୁଲ ବୟ’ ଭାବେ ପରିଚିତ କୌଟିଲ୍ୟ ପଣ୍ଡିତ ଭୁବନେଶ୍ଵର ଆସୁଛନ୍ତି। ରାଜନୀତି ହେଉ ବା ପୌରାଣିକ ଦେଶ-ବିଦେଶର ଘଟଣା-ଦୁର୍ଘଟଣା ସମ୍ବଳିତ ସମସ୍ତ ପ୍ରଶ୍ନର ଚଟାପଟ ଉତ୍ତର କୌଟିଲ୍ୟଙ୍କ ପାଖରେ ଥାଏ। ମହାନାୟକ ଅମିତାଭ ବଚ୍ଚନ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିଙ୍କ ଦ୍ଵାରା ପ୍ରଶଂସିତ ହୋଇସାରିଛନ୍ତି।
ପ୍ରଥମଥର ପାଇଁ ଓଡିଶା ଆସୁଛନ୍ତି ‘ଗୁଗୁଲ ବୟ’ ଭାବେ ପରିଚିତ କୌଟିଲ୍ୟ ପଣ୍ଡିତ। ମାତ୍ର ୯ବର୍ଷ ସେ ଦେଶରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ବିଚକ୍ଷଣ ପ୍ରତିଭାର ଅଧିକାରୀ କୌଟିଲ୍ୟଙ୍କ ପାଖରେ ରହିଛି ଘଟଣା-ଦୁର୍ଘଟଣା ସମ୍ବଳିତ ସମସ୍ତ ପ୍ରଶ୍ନର ଚଟାପଟ ଉତ୍ତର କୌଟିଲ୍ୟଙ୍କ ପାଖରେ ଥାଏ।
ଭୁବନେଶ୍ଵରରେ ଥିବା ‘ଦ କୌଟିଲ୍ୟ’ ସଂଗଠନ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରିତ ହୋଇଛନ୍ତି କୌଟିଲ୍ୟ। ଏହି କାର୍ଯ୍ୟକ୍ରମ ଆସନ୍ତା ୫ତାରିଖ ଦିନ ସନ୍ଧ୍ୟା ୫ଟାରେ ମଞ୍ଛେଶ୍ଵରସ୍ଥିତ ଇଷ୍ଟ କୋଷ୍ଟ ରେଲୱେ ଅଡିଟୋରିୟମ୍ ଆୟୋଜିତ ହେବ। “ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୌଣସି ଶୁଳ୍କ ଦେବାକୁ ବଡ଼ିବ ନାହିଁ। ଛାତ୍ରଛାତ୍ରୀମାନେ କୌଟିଲ୍ୟଙ୍କୁ ଭେଟି ପାରିବେ”, ‘ଦ କୌଟିଲ୍ୟ’ର ନିର୍ଦ୍ଦେଶକ ଡକ୍ଟର ଏଲଏନ ଅଗ୍ରୱାଲ କହିଛନ୍ତି।
୨୦୦୭ମସିହା ଡିସେମ୍ବର ମାସ ୭ତାରିଖରେ ହରିୟାଣାର କରନାଲ ଜିଲ୍ଲାର କୋହଁଣ୍ଡ ଗାଁରେ ଜନ୍ମଗ୍ରହଣ କରିଥିଲେ କୌଟିଲ୍ୟ। ମାତ୍ର ୫ବର୍ଷର ଥିବାବେଳେ ମହାନାୟକ ଅମିତାଭ ବଚ୍ଚନଙ୍କ ଦ୍ଵାରା ସଂଚାଳିତ କେବିସିରେ ଭାଗ ନେଇଥିଲେ କୌଟିଲ୍ୟ। ବିଗ୍-ବି ମଧ୍ୟ ଏହି କୁନି ଶିଶୁର ପ୍ରତିଭା ଦେଖି ହତବାକ୍ ହୋଇଯାଇଥିଲେ। ସେହିପରି ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ମଧ୍ୟ କୌଟିଲ୍ୟଙ୍କୁ ଭେଟିଥିଲେ। କୌଟିଲ୍ୟଙ୍କ ବିଚକ୍ଷଣ ବୁଦ୍ଧି ଦେଖି ତାଙ୍କ ମସ୍ତିଷ୍କ ଉପରେ ଗବେଷଣା ହେବା ଉଚିତ୍ ବୋଲି କହିଥିଲେ।


















