ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମାତୃତ୍ଵ ଲାଭ କରିବା ମହିଳାମାନଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ଆଜି ବି ଭାରତରେ ଖୁବ୍ କମ୍ ବୟସରେ ଯୁବତୀମାନେ ମାଆ ହେଉଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ଼ ଫିମେଲ୍  ସେଲିବ୍ରିଟିମାନେ, ଏମାନଙ୍କ ମଧ୍ୟରୁ କିଏ ମାତ୍ର ସତର ବର୍ଷ ବୟସରେ ମାଆ ବନିଥିଲେ ତ କିଏ ୨୨ ବର୍ଷ ବୟସରେ।

ଆସନ୍ତୁ ଜାଣିବା ଏଭଳି ବଲିଉଡ଼ର ଫିମେଲ୍ ସେଲିବ୍ରେଟିମାନଙ୍କ ସମ୍ପର୍କରେ…

ଡିମ୍ପଲ କାପାଡ଼ିଆ

୧୯୭୩ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ମୁଭି ‘ବବି’ରେ ନାୟିକା ଭୂମିକାରେ ଅଭିନୟ ରାତାରାତି ଷ୍ଟାର ବନିଥିଲେ ଡିମ୍ପଲ୍ କାପାଡ଼ିଆ। ଏହି ଫିଲ୍ମ ରିଲିଜ୍ ହେବା ଆଗରୁ ସେ ସମୟର ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ। ଖାଲି ସେତିକି ନୁହେଁ ଡିମ୍ପଲ ମାତ୍ର ସତର ବର୍ଷ ବୟସରେ ପ୍ରଥମଥର ଲାଗି ମା’ ହୋଇଥିଲେ। ଡିମ୍ପଲର ପ୍ରଥମ ସନ୍ତାନ ହେଲେ ନାୟିକା ଟ୍ଵିଙ୍କଲ ଖାନ୍ନା। ଟ୍ଵିଙ୍କଲ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ। ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ରାଜେଶ ଖାନ୍ନାଙ୍କୁ ଅଲଗା ରହିଥିଲେ ଡିମ୍ପଲ କାପାଡ଼ିଆ।

ନୀତୁ ସିଂହ

ଶିଶୁ କଳାକାରରୁ ନାୟିକା ହୋଇଥିଲେ ନୀତୁ ସିଂହ। ସେ ସତୁରି ଦଶକର ଜଣେ ଆଗଧାଡ଼ିର ନାୟିକା। ତାଙ୍କୁ ଦର୍ଶକ ‘ଅମର ଆକବର୍ ଆନ୍ଥୋନି’, ‘ୟାରାନା’, ‘ଧରମବୀର’ ସମେତ ବେଶ୍ କେତେକ ସୁପରହିଟ୍ ଫିଲ୍ମରେ ନାୟିକା ଭୂମିକାରେ ଦେଖିଥିଲେ। ନୀତୁ ତାଙ୍କର କୋ-ଷ୍ଟାର ଋଷି କପୁରଙ୍କୁ ବିବାହ କରିଥିଲେ। ସେ ମାତ୍ର ୨୨ ବର୍ଷ ବୟସରେ ତାଙ୍କର କନ୍ୟା ରିଧିମାଙ୍କୁ ଜନ୍ମ ଦେଇଥିଲେ। ରିଧିମା ହେଉଛନ୍ତି ବଲିଉଡ଼ର ଟପ୍ ହିରୋ ରଣବୀର କପୁରଙ୍କ ବଡ଼ ଉଭଣୀ।

ଶର୍ମିଳା ଟାଗୋର

ଜଣାଶୁଣା ଅଭିନେତା ସୈଫ୍ ଅଲ୍ଲୀ ଖାନ ଓ ଅଭିନେତ୍ରୀ ସୋହା ଅଲ୍ଲୀ ଖାନଙ୍କର ମାଆ ତଥା କରୀନା କପୁର ଖାନଙ୍କର ଶାଶୁ ଶର୍ମିଳା ଟାଗୋର ଷାଠିଏ ଓ ସତୁରି ଦଶକର ଜଣେ ଲୋକପ୍ରିୟ ନାୟିକା। ସେ ଭାରତୀୟ କ୍ରିକେଟ୍ ଟିମର ବୋଲର ନବାଜ୍ ପଟୌଦିଙ୍କୁ ବିବାହ କରିଥିଲେ। ଶମିଳା ଟାଗୋର ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ଭାବେ ସୈଫ୍‌ ଅଲ୍ଲୀ ଖାନଙ୍କୁ ଜନ୍ମ ଦେଇଥିଲେ, ସେତେବେଳେ ବୟସ ହୋଇଥିବା ମାତ୍ର ୨୫ ବର୍ଷ। ଏହା ପରେ ଶର୍ମିଳା ଅଭିନୟ କ୍ଷେତ୍ରରୁ ଦୂରେଇ ଯାଇଥିଲେ। ସେ ପରେ ଦୁଇ କନ୍ୟାଙ୍କୁ ମଧ୍ୟ ଜନ୍ମ ଦେଇଥିଲେ।

ବବିତା

ଷାଠିଏ ଓ ସତୁରି ଦଶକର ଆଉ ଜଣେ ଟପ୍ ହିରୋଇନ ହେଲେ ବବିତା। ସେ ସୋ’ ମ୍ୟାନ୍ ରାଜ କପୁରଙ୍କ ବଡ଼ପୁଅ ରାଣଧୀର କପୁରଙ୍କୁ ବିବାହ କରିଥିଲେ। ବଡ଼ ପରଦାରେ  ରଣଧୀର କପୁର ଓ ବବିତାଙ୍କ ଯୋଡ଼ି ବେଶ୍ ଲୋକପ୍ରିୟ ଥିଲା ସେତେବେଳେ, ବବିତାଙ୍କର ଦୁଇ କନ୍ୟା ଅଛନ୍ତି। ସେମାନେ ହେଲେ ନବେ ଦଶକର ଟପ୍ ହିରୋଇନ୍ କରିସ୍ମା କପୁର ଓ ଏବେକାର ଜଣାଶୁଣା ନାୟିକା କରୀନା କପୁର ଖାନ୍। ତେବେ ଆପଣ ଜାଣନ୍ତି କି ବବିତା ମାତ୍ର ୨୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ମାତୃତ୍ଵ ଲାଭ କରିଥିଲେ। ତାଙ୍କ ଔରସରୁ ପ୍ରଥମେ ବଡ଼ ଝିଅ କରିସ୍ମା ଜନ୍ମ ହୋଇଥିଲେ।

ମୀରା ରାଜପୁତ

ବଲିଉଡର  ଅଭିନେତା ଶାହିଦ୍ କପୁର ‘ଇସ୍କଭିସ୍କ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରି ‘ପଦ୍ମାବତ’ ଯାଏଁ ଅନେକଗୁଡ଼ିଏ ଫିଲ୍ମରେ ନଜର ଆସିଛନ୍ତି। କରୀନା କପୁରଙ୍କ ସହ  ଶାହିଦ୍ କପୁରଙ୍କର ଆଫେଆର୍ ସବୁଠୁ ବେଶି ଚର୍ଚ୍ଚାରେ ଥିଲା। ହେଲେ ସେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା। ଏହାର କିଛି ବର୍ଷ ପରେ ଶାହିଦ୍ କପୁର ଜଣେ ନନ୍ ଫିଲ୍ମ ବ୍ୟାକ୍‌ଗ୍ରାଉଣ୍ଡ୍ ଝିଅ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ବାହା ହେବା ପରେ ମାତ୍ର ୨୨ ବର୍ଷ ବୟସରେ ମାଆ ବନିଥିଲେ। ତାଙ୍କର ଏକମାତ୍ର ଝିଅ ମିଶାଙ୍କୁ ଜନ୍ମ ଦେବା ବେଳେ ତାଙ୍କର ବୟସ ହୋଇଥିଲା ମାତ୍ର ୨୨ ବର୍ଷ।

Comment