ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଡିଭା ସୋନମ କପୁରଙ୍କ ବାହାଘର। ଏହି ଗ୍ରାଣ୍ଡ୍‌ ବିବାହର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋନମଙ୍କ ହାତରେ ମେହେନ୍ଦି ଲାଗିଛି। ଆଜି ସଙ୍ଗାତ କାର୍ଯ୍ୟକ୍ରମ ଓ କାଲି ହେବ ବିବାହ।

ମସକକଲି ଗାର୍ଲ ଭାବେ ପରିଚିତ ସୋନମ କପୁର ଦୀର୍ଘଦିନ ବୟଫ୍ରେଣ୍ଡ୍ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ରବିବାରଦିନ ସୋନମଙ୍କ ହାତରେ ଲାଗିଥିଲା ମେହେନ୍ଦି। ମୁମ୍ବାଇର ସନଟେକ୍‌ ବିକେସିରେ ମେହେନ୍ଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିଲେ ବଲିଉଡର ବହୁ ସେଲିବ୍ରିଟି। କରଣ ଜୋହରଙ୍କଠାରୁ ଆରମ୍ଭ କରି ରାଣୀ ମୁଖାର୍ଜିଙ୍କ ପର୍ଯ୍ୟନ୍ତ ସମସ୍ତେ ସୋନମଙ୍କ ମେହେନ୍ଦି ସେରିମନିରେ ଭାଗ ନେଇଥିଲେ। ଭାବି ପତି ଆନନ୍ଦଙ୍କ ସହ ଖୁବ୍ ନାଚିଥିଲେ ସୋନମ। ସୋନମଙ୍କ ଭଉଣୀ ଶ୍ରୀଦେବୀଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି କପୁର ମଧ୍ୟ ଭଉଣୀ ସୋନମଙ୍କ ମେହେନ୍ଦି ସେରିମନିରେ ଡ୍ୟାନ୍ସ କରିଥିଲେ।

ମେହେନ୍ଦି କାର୍ଯ୍ୟକ୍ରମ ସରିବା ପରେ ସେମାବାରଦିନ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିପାଇଁ ଖୁବ୍‌ ସଜେଇ ହୋଇଛନ୍ତି ସୋନମ। ଗୋଲଡେନ୍ ଲେହେଙ୍ଗାରେ ସୋନମ ବେଶ୍‌ ସୁନ୍ଦର ମଧ୍ୟ ଦିଶୁଥିଲେ। ଫ୍ୟାଶନ୍ ଡିଜାଇନର୍‌ ସନ୍ଦୀପ ଖୋସଲା ଓ ଅବୁ ଜାନୀଙ୍କ ଦ୍ଵାରା ଏହି ଲେହେଙ୍ଗା ଡିଜାଇନ୍‌ କରାଯାଇଛି। ସୋନମଙ୍କ ସହ ତାଙ୍କ ଭାବି ପତି ଆନନ୍ଦ ମଧ୍ୟ ଗୋଲଡେନ୍ କୁର୍ତ୍ତାରେ ନଜର ଆସିଥିଲେ। ସଙ୍ଗୀତ ସେରିମନିରେ ଦୁହେଁ ଖୁବ୍ ଡ୍ୟାନ୍‌ସ ମଧ୍ୟ କରୁଥିଲେ।

ଆସନ୍ତାକାଲି ହେବ ସୋନମଙ୍କ ବାହାଘର। ପଞ୍ଜାବୀ ଶୈଳୀରେ ହେବ ଏହି ରୟାଲ ୱେଡିଂ।

ଏହି ବିବାହ ଉତ୍ସବ ସୋନମଙ୍କ ଆଣ୍ଟି ତଥା ଜଣାଶୁଣା ଇଣ୍ଟେରିୟର ଡିଜାଇନର କବିତା ସିଂହଙ୍କ ବ୍ୟାଣ୍ଡଷ୍ଟାଣ୍ଡସ୍ଥିତ ଆଲିଶାନ୍ ବଙ୍ଗଳାରେ ଅନୁଷ୍ଠିତ ହେବ। ଏହି ବାହାଘର ଘର ଭିତରେ ଥିବା ମନ୍ଦିରରେ କରାଯିବ।

କବିତା ସିଂହଙ୍କର ଏହି ବଙ୍ଗଳାର ଆକାର ହେଉଛି ୫୫ ହଜାର ବର୍ଗଫୁଟ୍। ଏହାର ନାଁ ହେଲା ରକ ଡେଲ୍ ଓ ଏହା ଖୁବ୍ ସୁନ୍ଦର। ମୁମ୍ବାଇର ସବୁଠାରୁ ଦାମିକା ଅଞ୍ଚଳରେ ଅବସ୍ଥିତ। ଏହି ବଙ୍ଗଳାର ମୂଲ୍ୟ ୭୦ କୋଟି ବୋଲି କୁହାଯାଉଛି।

Comment