ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ବଲିଉଡର ଡିଭା ସୋନମ କପୁର। ଦୀର୍ଘଦିନ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ସୋନମ।

ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ସମ୍ପନ୍ନ ହୋଇଛି। ଅନୀଲ କପୁରଙ୍କ ତନୟା ସୋନମ ଆନନ୍ଦ ଆହୁଜାଙ୍କୁ ଜୀବନସାଥି ଭାବେ ଗ୍ରହଣ କରି ତାଙ୍କ ନାମରେ ମଥାରେ ସିନ୍ଧୁର ପିନ୍ଧିଛନ୍ତି।

ଏହି ରୟାଲ୍‌ ୱେଡିଂ ପାଇଁ ବହୁ ଆଗରୁ ଚାଲିଥିଲା ପ୍ରସ୍ତୁତି। ରବିବାର ମେହନ୍ଦି, ସୋମବାର ସଙ୍ଗୀତ ଏବଂ ମଙ୍ଗଳବାରଦିନ ହୋଇଛି ବିବାହ। ପଞ୍ଜାବୀ ରୀତିନୀତି ଅନୁଯାୟୀ ସୋନମ ଓ ଆନନ୍ଦଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ବିବାହ ଉତ୍ସବରେ ଯୋଗ ଦେଇଥିଲେ ବଲିଉଡର ବହୁ କଳାକାର। ଅମିତାଭ ବଚ୍ଚନ, ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ, କରିନା କପୁର, ଶିଳ୍ପା ସେଟ୍ଟୀ, କରଣ ଜୋହରଙ୍କ ଭଳି ବହୁ ନାମୀଦାମୀ କଳାକାର ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

ଲାଲ କଲର ଲେହେଙ୍ଗା ସାଙ୍ଗକୁ ଲାଲ୍ ଚୁଡ଼ି, ଗୋଲଡେନ୍‌ ଅଳଙ୍କାରରେ ବେଶ୍‌ ସୁନ୍ଦର ଦିଶୁଥିଲେ ସୋନମ। ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବିବାହ ପରେ ଡ୍ୟାନ୍ସ ମଧ୍ୟ କରିଥିଲେ ସୋନମ। ଏହାସହ ଦୁହେଁ କେକ୍ ମଧ୍ୟ କାଟିଥିଲେ। ସୋନମଙ୍କ ରିସେପସନ୍‌ ପାର୍ଟି ଆଜି ରାତିରେ ଦିଆଯିବ।

Comment