ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଗେଜି ଲେମ୍ବୁରେ ଖାଲି ସ୍ୱାଦିଷ୍ଟ ସର୍ବତ ହୁଏ ନାହିଁ, ଏହା ବିଭିନ୍ନ ରୋଗ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ କାଗେଜି ଲେମ୍ବୁ।

ଆସନ୍ତୁ ଜାଣିବା କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ।

ମୁଣ୍ଡବିନ୍ଧା

ଲେମ୍ବୁକୁ ଦୁଇଫାଳ କରି କାଟି ନିଆଁରେ ସେକି କାନମୁଣ୍ଡାରେ ସେକ ଦେଲେ କିଛି ସମୟରେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ।

କେଶସମସ୍ୟା

ଲେମ୍ବୁ ରସରେ ଅଁଳାକୁ ବାଟି କେଶରେ ଲଗାଇଲେ ରୂପି ନଷ୍ଟ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହୋଇଯାଏ।

 

ବାନ୍ତି

ଖାଇଲା ପରେ ବାନ୍ତି ହେଉଥିଲେ ଲେମ୍ବୁ ସର୍ବତ ପିଇଲେ ବାନ୍ତି ଦୂର ହୁଏ।

ଯକୃତ ରୋଗ

ଉଷୁମ ପାଣିରେ ଲେମ୍ବୁରସ ଓ ମିଶ୍ରିଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଯକୃତ ରୋଗରେ ଲାଭ ମିଳିଥାଏ।

ମୋଟାପଣ

ସକାଳେ ଖାଲିପେଟରେ ଉଷୁମ ପାଣିରେ ୨ ଚାମଚ ଲେମ୍ବୁରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ କିଛିଦିନରେ ମୋଟାପଣ ଦୂର ହୋଇଥାଏ।

Comment