ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। 

ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ: “୨୦୦୯ରେ ମୋତେ ଟିକେଟ ମିଳିଥିଲା ବାପା ମନା କଲେ”

ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ। ଜଗତସିଂହପୁର ଜିଲ୍ଲା ବିଜେଡିର ସମୀକ୍ଷା ବୈଠକକୁ ଦାମଙ୍କୁ ଡକା ନଯିବା ପ୍ରସଙ୍ଗରେ ମତ ରଖିଛନ୍ତି ସମ୍ବିତ। ସେ ତାଙ୍କ ପ୍ରତିକ୍ରିୟାରେ ବାପା ଦାମୋଦର ରାଉତଙ୍କୁ ସମ୍ମାନ ଜଣାଇଥିବା ବେଳେ ନିଜ ରାଜନୈତିକ କ୍ୟାରିଅର ସମ୍ପର୍କରେ କହିଛନ୍ତି।

ଉତ୍ତର ଭାରତରେ ଭୂମିକମ୍ପ ଝଟକା: ଭୟରେ ଘରୁ ବାହାରି ଆସିଲେ ଲୋକେ

ଉତ୍ତର ଭାରତରେ ଆଜି ଭୂକମ୍ପ ଅନୁଭୂତ ହୋଇଛି। ଜାମ୍ମୁ-କାଶ୍ମୀର ସମେତ ପଞ୍ଜାବ ଏବଂ ଦିଲ୍ଲୀ ଏନ୍‌ସିଆର୍ ଅଞ୍ଚଳରେ ବୁଧବାର ଅପରାହ୍ଣ ୪ଟା୧୬ରେ ଭୂମିକମ୍ପର ଝଟକା ଲାଗିଛି। ଫଳରେ ଲୋକେ ଭୟରେ ଘରୁ ଏବଂ ଅଫିସରୁ ବାହାରକୁ ଚାଲି ଆସିଥିଲେ। ଦିଲ୍ଲୀରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା।

ଆଳୁ କିଲୋ ୧୮: ଦର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ

ରାଜ୍ୟରେ ବଢ଼ିଛି ଆଳୁ ଦର। ଆଳୁ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଆଳୁ କଳାବଜାରକୁ ରୋକିବା ପାଇଁ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅଧିକ ଆଳୁ ମହଜୁଦ୍ ରଖୁଥିବା ଗୋଦାମରେ ଚଢ଼ାଉ କରିବା ପାଇଁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

କିଏ ରାତି ଜଗୁଆଳୀ ତ, କିଏ କାରଖାନାରେ କାମ କରୁଥିଲେ: ଏବେ ଆଇପିଏଲର ଷ୍ଟାର୍ ଖେଳାଳି

ଚାଲିଛି ଆଇପିଏଲ ମହାସମର। ଟି-ଟ୍ଵେଣ୍ଟିର ଏହି ମହାସମରରେ ଖେଳୁଛନ୍ତି ଅନେକ ଦେଶ-ବିଦେଶର ଖେଳାଳି। କୋଟିକୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ଏହି ଖେଳାଳିମାନେ। ଭାରତ ଭଳି ଏକ କ୍ରିକେଟ୍‌ ପାଗଳ ଦେଶରେ ଦିନକୁ ଦିନ ହଜାର ହଜାର କ୍ରିକେଟର ବାହାରୁଛନ୍ତି। ଭାରତୀୟ ଦଳରେ ଚୟନ ନହେଲେ ମଧ୍ୟ ଆଇପିଏଲ ଖେଳି ବେଶ୍‌ ମୋଟା ରକମର ଅର୍ଥ ରୋଜଗାର କରିପାରୁଛନ୍ତି। ଆଇପିଏଲରେ ଏମିତି କିଛି ଖେଳାଳି ଖେଳୁଛନ୍ତି ଯେଉଁମାନେ ଜୀବନରେ ଖୁବ୍ ସଂଘର୍ଷ କରି କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି।

ଆସୁଛି କାଳବୈଶାଖୀ: ୯ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଉତ୍ତର ଭାରତରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିସାରିଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ତାଣ୍ଡବ ଦେଖାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଚୀନ ସହ ଭାରତର ମୁକାବିଲା: ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ପ୍ରଥମଥର ଆଣ୍ଡାମାନରେ ସୀମା ଜଗିବ ଫାଇଟର ପ୍ଲେନ୍

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଭାରତ ଚୀନ ସହ ମୁକାବିଲା କରିବା ପାଇଁ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍‌ ପ୍ଲେନ ନିୟୋଜିତ କରିବାକୁ ଯାଉଛି।

ଜେସିବିକୁ ଧକ୍କା ଦେଲା ଟ୍ରେନ୍‌:୪ ଆହତ

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍‌। ଯାଜପୁର ଜିଲ୍ଲାର ହରିଦାସପୁର ଲେବଲ କ୍ରସିଂ ପାଖରେ ଜେସିବିକୁ ଧକ୍କା ଦେଇଛି ଏର୍ଣ୍ଣାକୁଲମ-ହାୱାଡା ଏକ୍ସପ୍ରେସ୍ ଟ୍ରେନ୍।

Comment