ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂକ୍ରମକ ରୋଗ ମିଳିମିଳା ଓ ହାଡ଼ଫୁଟିରୁ କେମିତି ପାଇବେ ରକ୍ଷା ଆସନ୍ତୁ ଜାଣିବା କିଛି ଟିପ୍ସ।

ମିଳିମିଳା

ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ। ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ ଦେଖାଯାଏ। ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପେ। ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍‍ ହୋଇଥିବା ବେଳେ ଏହି ଭୂତାଣୁ ଆକ୍ରମଣ କରିଥାଏ। ଏପରି ସ୍ଥିତିରେ ହାଲିଆ ଲାଗିବା, ଦେହହାତ ବିନ୍ଧିବା, ଚିଡ୍‍ଚିଡା ଲାଗିବା ପରି ଅନୁଭବ ହୁଏ। ଏହା ସହିତ ଶରୀରରେ ଲାଲ୍‍ ରଙ୍ଗର ଚକାଚକା ହୋଇ ଫଳିଯାଏ ଏବଂ ପ୍ରବଳ ଜ୍ୱର ହୁଏ। ଆଖି ଲାଲ୍‍ ପଡିଯିବା ସହ ପେଜୁଆ ଦେଖାଯାଏ ଏବଂ ଆଖିରୁ ପାଣି ବାହାରେ ଓ ଫୁଲିଯାଏ।

  • ପ୍ରତିଦିନ ପୋଷାକ ବଦଳିବା ସହ ଢିଲା, ଧଳାରଙ୍ଗର ସୂତା ପୋଷାକ ପିନ୍ଧିବା ଦରକାର।
  • ଏହି ସମୟରେ ପ୍ରର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଲେମ୍ବୁ ପାଣି, ଫଳ ରସ ପିଇ ପାରିବେ
  • ନିମପତ୍ରକୁ ଗରମ ପାଣିରେ ପକାଇ ଗାଧାନ୍ତୁ
  • ଶରୀର କୁଣ୍ଡାଇ ହେଲେ ପାଉଡ଼ର ପକାନ୍ତୁ। ଶରୀରରେ ହୋଇଥିବା ଲାଲ ଫୋଟକାକୁ ନଖରେ ଛିଡାନ୍ତୁ ନାହିଁ। ସଂକ୍ରମଣ ବଢ଼ିବ

ହାଡଫୁଟି

ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହୋଇପାରେ। ଏହା ଭଲ ହେବାକୁ ୧୦-୧୫ଦିନ ଲାଗିଯାଏ। କିନ୍ତୁ ଏଥିରେ ମୁହଁରେ ଯେପରି ଦାଗ ସୃଷ୍ଟି ହୁଏ ତାହା ଭଲ ହେବା ଲାଗି ୫-୬ମାସ ପର୍ୟ୍ୟନ୍ତ ଲାଗିପାରେ। ଏହି ରୋଗର ତୁରନ୍ତ ଉପଚାର କରାନଗଲେ ରୋଗୀର ମୃତ୍ୟୁ ହେବା ମଧ୍ୟ ଅସମ୍ଭବ ନୁହେଁ। ଭାରିସେଲା ଜୋଷ୍ଟର ଭୂତାଣୁ କାରଣରୁ ଏହି ରୋଗ ହୋଇଥାଏ। ସମଗ୍ର ଶରୀରରେ ଲାଲ୍‍ ଫୋଟକା ଭଳି ହୋଇ ଫଳିଯିବା ସହିତ କୁଣ୍ଡାଇ ହୁଏ। ଏହା ଫାଟିଗଲେ ଆହୁରି ଯନ୍ତ୍ରଣା ଦିଏ। ଜ୍ୱର, ଦେହହାତ ବିନ୍ଧିବା, ବାନ୍ତିହେବା ପରି ଲକ୍ଷଣ ବି ଦେଖାଯାଏ।

ଏଥିରୁ ସୁରକ୍ଷା ଲାଗି ଖାଦ୍ୟପେୟର ଧ୍ୟାନ ରଖିବା ସବୁଠାରୁ ଜରୁରୀ। ଖୋଲା ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁନାହିଁ। ରୋଗୀଠାରୁ ଦୂରେଇ ରହିବା ଉଚିତ। ନଚେତ ଏହା ବ୍ୟାପିବ।

  • ହାଡ଼ ଫୁଟି ହେଲେ ଖାଦ୍ୟ ପେୟର ଧ୍ୟାନ ରଖନ୍ତୁ। ମସଲା ଦାର ଖାଦ୍ୟ ଓ ଅଏଲି ଖାଦ୍ୟରୁ ଦୂରେଇ ରୁହନ୍ତୁ।
  • ଏହି ସମୟରେ ପ୍ରର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଲେମ୍ବୁ ପାଣି, ଫଳ ରସ ପିଇ ପାରିବେ
  • ନିମପତ୍ରକୁ ଗରମ ପାଣିରେ ପକାଇ ଗାଧାନ୍ତୁ
  • ଅଧ ଚାମଚ ବେକିଂ ସୋଢାକୁ ଉଷୁମ ପାଣି ସହ ମିଶାଇ ଶରୀରରେ ଲେପ ଲଗାନ୍ତୁ। ହାଡ଼ଫୁଟି ଶୀଘ୍ର ଭଲ ହୋଇଯିବ
  • ଭିଟାମିନ-ଇ ତେଲ ଲଗାଇବା ଭଲ
  • ହାଡ଼ଫୁଟି ରୋଗୀଙ୍କ ପାଇଁ ଗାଜର ଖାଇବା ଲାଭକାରୀ। ଗାଜର ଓ ଧନିଆକୁ ସୁପ୍‌ କରି ପିଅନ୍ତୁ। ଦୁର୍ବଳପଣ ଦୂର ହେବ।
  • ଶରୀର କୁଣ୍ଡାଇ ହେଲେ ପାଉଡ଼ର ପକାନ୍ତୁ। ଶରୀରରେ ହୋଇଥିବା ଲାଲ ଫୋଟକାକୁ ନଖରେ ଛିଡାନ୍ତୁ ନାହିଁ। ସଂକ୍ରମଣ ବଢ଼ିବ
  • ଲାଲ ଫୋଟକା ସ୍ଥାନରେ ମହୁ ଲଗାନ୍ତୁ। ଦାଗକୁ ହଟାଇବାରେ ମହୁ ସାହାଯ୍ୟ କରେ
  • ଭିନେଗାରକୁ ପାଣିରେ ମିଶାଇ କୁଣ୍ଡାଇ ହେବା ସ୍ଥାନରେ ଲଗାନ୍ତୁ। କୁଣ୍ଡେଇ ହେବାରୁ ମୁକ୍ତି ମିଳିବ

Comment