ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୨ସିଟ୍‌ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟରେ କଂଗ୍ରେସ ଆଗାମୀ ସରକାର ଗଢ଼ିବ ବୋଲି ପୂର୍ବାନୁମାନ ହୋଇଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ପ୍ରାୟ ୫ କୋଟି ଭୋଟର ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ଏବେ ଅପେକ୍ଷା ମେ ୧୫କୁ।

କର୍ଣ୍ଣାଟକରେ ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି। ପ୍ରାୟ ଅଧିକାଂଶ ସଂସ୍ଥା କଂଗ୍ରେସ ଜିତିବା ନେଇ ପୂର୍ବାନୁମାନ କରିଛନ୍ତି।

ଇଣ୍ଡିଆ ଟୁଡେ-ଆକ୍ସିସ ପକ୍ଷରୁ କଂଗ୍ରେସକୁ ୧୦୬ରୁ ୧୧୮ ସିଟ, ବିଜେପିକୁ ୭୯ ରୁ ୯୨ ସିଟ୍‌ ଓ ଜେଡିଏସ ୨୨ରୁ ୩୦ଟି ସିଟ ପାଇବ ବୋଲି ପୂର୍ବାନୁମାନ କରିଛି। ଟାଇମ୍ସ ନାଓ କଂଗ୍ରେସକୁ ୯୦ରୁ ୧୦୩ ସିଟ, ବିଜେପିକୁ ୮୦ରୁ ୯୩ ସିଟ ଓ ଜେଡିଏସକୁ ୩୫ଟି ସିଟ ମିଳିବ ବୋଲି କହିଛି। ସେହିପରି ରିପବ୍ଲିକ ଟିଭି ବିଜେପିକୁ ୯୫ରୁ ୧୧୪ ସିଟ, କଂଗ୍ରେସକୁ ୭୩ରୁ ୮୨ ସିଟ ଓ ଜେଡିଏସକୁ ୩୨ରୁ ୪୩ ସିଟ ମିଳିବ ବୋଲି ପୂର୍ବାନୁମାନ କରିଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ କଂଗ୍ରେସ ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। କର୍ଣ୍ଣାଟକ ଉଭୟ ଦଳ ପାଇଁ ସମ୍ମାନ ପ୍ରଶ୍ନ ହୋଇଛି। ଏହି ନିର୍ବାଚନର ଫଳାଫଳ ୨୦୧୯ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ। ବିଜେପି ଜିତିଲେ ମୋଦି ଓ ବିଜେପି ସରକାରଙ୍କ ଲୋକପ୍ରିୟତା ବଜାୟ ରହିବ।

ସେହିପରି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯଦି କଂଗ୍ରେସ ଜିତେ ତେବେ ୨୦୧୯ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।

୧୫ ତାରିଖରେ ଭୋଟ ଗଣତି ଶେଷ ହେବା ପରେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଆଯିବ।

Comment