ଓଡ଼ିଶାଲାଇଭ୍‌ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ ଭାଷଣ ଉପରେ ଆପତ୍ତି ଉଠାଇଛି କଂଗ୍ରେସ। ମୋଦି ତାଙ୍କ ଭାଷଣରେ କଂଗ୍ରେସକୁ ଧମକାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଧମକ ଦେଉଛନ୍ତି। ସୋମବାର ଏମିତି ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ ଅନ୍ୟ କଂଗ୍ରେସ ନେତା। କର୍ଣ୍ଣାଟକ ନିର୍ବାଚନ ବେଳେ ମୋଦି ଯେଉଁ ଭାଷଣ ଦେଇଥିଲେ ତା’ ଉପରେ ଆପତ୍ତି ଉଠାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ମନମୋହନ।

କର୍ଣ୍ଣାଟକରେ ପ୍ରଚାର ବେଳେ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ‘ଲେନେ କେ ଦେନେ ପଡ଼ ଯାଏଁଗେ’। ଏହାକୁ ଆଧାର କରି ରାଷ୍ଟ୍ରତିଙ୍କୁ ଚିଠି ଲେଖିଛନ୍ତି ମନମୋନ ସିଂଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା। ଦେଶର ପ୍ରଧାନମନ୍ତ୍ରୀ ଏଭଳି ଭାଷାରେ ଭାଷଣ ଦେବା ଆଦୌ ଠିକ୍ ନୁହେଁ ବୋଲି ଏହି ଚିଠିରେ କଂଗ୍ରେସ କହିଛି।

ମୋଦି କ’ଣ କହିଥିଲେ?

କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୬ ତାରିଖରେ ହୁବୁଲିଠାରେ ପ୍ରଚାର କରିଥିଲେ। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍ ୟେଦୁରପ୍ପାଙ୍କ ବିରୋଧରେ ଆସିଥିବା ଏକ ଅଭିଯୋଗକୁ ଆଧାର କରି ମୋଦି କଂଗ୍ରେସ ଉପରେ ବର୍ଷିଥିଲେ। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ମା’ ଏବଂ ପୁଅ ଜାମିନରେ ଆସିଥିବା କହିଥିଲେ। ଏଣୁ ୟେଦୁରପ୍ପାଙ୍କ ଉପରେ ଆଙ୍ଗୁଠି ଉଠାଇବା ପୂର୍ବରୁ କଂଗ୍ରେସ ନେତାମାନେ ପ୍ରଥମେ ନିଜକୁ ଦେଖିବା ଦରକାର।

ମୋଦି କହିଥିଲେ, “କଂଗ୍ରେସ ନେତାମାନେ କାନ ଖୋଲି ଶୁଣନ୍ତୁ। ଯଦି ସେମାନେ ସୀମା ଉଲ୍ଲଂଘନ କରନ୍ତି ତାହାଲେ ସେମାନଙ୍କୁ ନେବା ଠାରୁ ଦେବା ଭାରି ପଡ଼ିଯିବ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବାର ଆହୁରି ଗୋଟି ଦିନ ବାକି ରହିଛି। ଏହା ପୂର୍ବରୁ କଂଗ୍ରେସ ନେତା ମୋଦିଙ୍କ ଭାଷଣକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ଘଟଣା କର୍ଣ୍ଣାଟକ ରାଜନୀତିକୁ ଉଷ୍ମ କରିଛି।

Comment