ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ 

ବଲିଉଡର ବହୁ ନାୟିକାଙ୍କୁ ପରଦାରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଏଥିମଧ୍ୟରୁ କେତେକ ହିରୋଇନ୍ ଦେହଜୀବୀ ଭୂମିକା ବି ନିଭାଇଛନ୍ତି ଫିଲ୍ମରେ। ଆସନ୍ତୁ ନଜର ପକାଇବା କେଉଁ ନାମୀଦାମୀ ନାୟିକ ପରଦାରେ ସାଜିଛନ୍ତି ଦେହଜୀବୀ।

୧୯୫୭ରେ ମୁକ୍ତିଲାଭ କରିଥିଲା ଗୁରୁଦତ୍ତଙ୍କ ବହୁ ଚର୍ଚ୍ଚିତ ସିନେମା ‘ପ୍ୟାସା’। ଏଥିରେ ଲୋକପ୍ରିୟ ନାୟିକା ବହିଦା ରହମାନ୍ ଗୁଲାବ ନାମକ ଜଣେ ଦେହଜୀବୀ ଭୂମିକା ନିଭାଇଥିଲେ। ଏହି ସିନେମାରେ ଗୁରୁଦତ୍ତ ଓ ମାଲାସିହ୍ନା ବି ଅଭିନୟ କରିଥିଲେ।

୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆସ୍ଥା’ରେ ରେଖା ‘ମାନ୍‌ସୀ’ ଚରିତ୍ରରେ ଅଭିନୟ କରିଥିଲେ। ସେ ଜଣେ ବିବାହିତା, କିନ୍ତୁ ପରେ ଚାପରେ ଦେହ ବ୍ୟବସାୟକୁ ଆପଣେଇଛନ୍ତି। ଏହି ଫିଲ୍ମରେ ଓମ୍‌ ପୁରୀ ଓ ନବୀନ କିଶ୍ଚଲ ମଧ୍ୟ ନଜର ଆସିଥିଲେ। ୧୯୭୨ରେ ରିଲିଜ୍ ହୋଇଥିବା ଫିଲ୍ମ ଅମର ପ୍ରେମ୍‌ରେ ଶର୍ମିଲା ଟାଗୋର ଜଣେ ଦେହଜୀବୀ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କର ଅଭିନୀତ ଚରିତ୍ରର ନାଆଁ ଥିଲା ପୁଷ୍ପା। ଶକ୍ତି ସାମନ୍ତଙ୍କ ନିର୍ଦ୍ଦେଶିତ ଏହି ସୁପରହିଟ୍ ଫିଲ୍ମରେ ରାଜେଶ ଖାନ୍ନା ଓ ବିନୋଦ ମେହେରା ଅଭିନୟ କରିଥିଲେ।

୨୦୦୧ରେ ମୁକ୍ତିପ୍ରାପ୍ତ ନିର୍ଦ୍ଦେଶକ ଯୋଡ଼ି ଅବ୍‌ବାସ୍- ମସ୍ତାନଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି ଛୁପକେ ଛୁପ୍‌କେ’ରେ ପ୍ରିତି ଜିଣ୍ଟା ବନିଥିଲେ ବେଶ୍ୟା। ଏଥିରେ ସଲମନ୍ ଖାନ୍ ଓ ରାଣୀ ମୁଖାର୍ଜୀ ଥିଲେ ଲିଡ୍ ରୋଲ୍‌ରେ।

୨୦୦୫ରେ ପରଦାରେ ଆସିଥିବା ବୋନି କପୁରଙ୍କର ସୁପରହିଟ୍ ମଲ୍ଟି ଷ୍ଟାରର ମୁଭି ‘ନୋ ଏଣ୍ଟ୍ରି’ରେ ଜଣେ ନାୟିକାଙ୍କୁ ଦେଖିବାକୁ ମିଳିଥିଲା ଦେହଜୀବୀ ଭୂମିକାରେ। ଏହି ନାୟିକା ଜଣକ ହେଲେ ବିପାସା ବାସୁ। ଏଥିରେ ସଲମାନ୍ ଖାନ୍, ଅନିଲ କପୁର, ଫର୍ଦ୍ଦିନ୍ ଶାହା, ଇଶା ଦେଓଲ୍ ଓ ଲାରା ଦତ୍ତ ପ୍ରମୁଖ ମେନ୍ ଲିଡ୍‌ରେ ଥିଲେ। ଦେହ ବ୍ୟବସାୟ ଓ ଡ୍ୟାନ୍‌ସବାର ଉପରେ ପ୍ରସ୍ତୁତ ହୋଇଥିଲା ପ୍ରଖ୍ୟାତ ନିର୍ଦ୍ଦେଶକ ମଥୁର ଭଣ୍ଡାରଙ୍କର ସିନେମା ‘ଚାନ୍ଦିନିବାର୍’। ଏଥିରେ ମମତାଜ୍‌ ଅଲ୍ଲୀ ଅଂସାରୀ ନାମୀ ଜଣେ ଦେହଜୀବୀ ଭୂମିକା ଲିଭାଇଥିଲେ ଦକ୍ଷ ନାୟିକା ତବୁ।

ବଲିଉଡ଼ର ଅନ୍ୟତମ ଲୋକପ୍ରିୟ ନାୟିକା ରାଣୀମୁଖାର୍ଜୀ ବି ପ୍ରଦୀପ ସରକାରଙ୍କର ନିର୍ଦ୍ଦେଶିତ ଫିଲ୍ମ ‘ଲଗାଚୁନରୀ ମେ ଦାଗ’ (୨୦୦୭)ରେ ଜଣେ ଦେହଜୀବୀ ଭୂମିକା ନିଭାଇଥିଲେ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାମ ଥିଲା ବିଭାବରୀ ସହାୟ ରେଫ୍ ବଡ୍‌କୀ ଏହି ସିନେମାରେ ଅଭିଷେକ ବଚ୍ଚନ, କୋଙ୍କଣା ସେନ୍‌ ଶର୍ମା ଓ ଅନିଲ୍ କପୁର ସହିତ ଲିଡ୍ ରୋଲ୍‌ରେ ଥିଲେ। ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମାର୍କେଟ୍‌’ ରେ ମନୀଷା କୋଇରାଲା ବନିଥିଲେ ଦେହଜୀବୀ।

୨୦୦୯ରେ ପରଦାକୁ ଆସିଥିବା ଫିଲ୍ମ ‘ଚିଙ୍ଗାରୀ’ରେ ସୁସ୍ମିତା ସେନ୍ ବାସନ୍ତି ନାମ୍ନୀ ଜଣେ ବେଶ୍ୟା ଭୂମିକାରେ ନଜର ଆସିଥିଲେ। କଳ୍ପନା ଲାଜ୍‌ମିତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ ଓ ଅନୁଜ ସାବ୍‌ନେ ମଧ୍ୟ କାମ କରିଥିଲେ।

ହଟ୍ ହିରୋଇନ୍‌ ନେହା ଧୁପିଆ ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜୁଲି’ରେ ଜଣେ ହାଇଫାଇ ବେଶ୍ୟାଭୂମିକାରେ ଅଭିନୟ କରିଥିଲେ। ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ବାସ୍ତବ’ରେ ନିର୍ମାତା କ୍ଷୀରୋଦଙ୍କର ସୋନିଆ ନାମ୍ନି ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରିଥିଲେ, ଯାହାଙ୍କ ପ୍ରେମରେ ପଡ଼ିଥିଲେ ରଘୁ ଓରଫ୍ ସଞ୍ଜୟ ଦତ୍ତ।

ରାଷ୍ଟ୍ରିୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ମଥୁର ଭଣ୍ଡାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟ୍ରାଫିକ୍ ସିଗନାଲ୍’ରେ କୋଙ୍କଣା ସେନ୍‌ ଶର୍ମା ନୁରି ନାମକ ଜଣେ ଦେହଜୀବୀ ଭୂମିକା ନିଭାଇଥିଲେ। ଜୀନତ ଅମାନ୍‌ ‘ମନୋରଞ୍ଜନ’ ଟାଇଟଲରେ ନିର୍ମିତ ଏକ ଫିଲ୍ମରେ ଦେହଜୀବୀ ଭୂମିକାରେ ଅଭିନୟ କରିଥିଲେ। ଠିକ୍ ସେହିପରି କରିନା କପୁର ‘ଚାମେଲି’ (୨୦୦୪)ରେ ଜଣେ ବେଶ୍ୟା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଶୃତି ହାସନ ‘ଡିଡେ’ ଫିଲ୍ମରେ ସେହିଭଳି ଏକ ଚରିତ୍ରରେ ଅଭିନୟ କରିଥିଲେ। ଠିକ୍ ସେହିପରି ବିଦ୍ୟାବାଲାନ୍ ବେଶ୍ୟାଳୟ ମାଲିକାଣି ଭୂମିକାରେ ଅଭିନୟ କରିଥିଲେ। ‘ବେଗମ୍ ଜାନ୍’ ଫିଲ୍ମରେ ଅନୁରାଗ କଶ୍ୟପଙ୍କ ‘ଦେବ୍ ଡି’ରେ ଦେହଜୀବୀ ବନିଥିଲେ ଅଭିନେତ୍ରୀ କାଲ୍‌କି କୋଚଲିନ୍।

Comment