ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଜେଡି(ଏସ୍‌)କୁ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଏହାସହ ଜେଡି(ଏସ୍‌)କୁ ମୁଖ୍ୟମନ୍ତ୍ରୀ ଅଫର ଦେଇଛି କଂଗ୍ରେସ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ରୋଚକ ସ୍ଥିତିରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ବିଜେପି କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ପାଇବାକୁ ଯାଉଛି। ଏହି ସମୟରେ ବିଜେପିକୁ ଚେକ୍ ଦେବା ପାଇଁ କଂଗ୍ରେସ ବଡ଼ ଘୋଷଣା କରିଛି।

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଜେଡି(ଏସ୍‌)କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଖାଲି ସେତିକି ନୁହେଁ, ଜେଡିଏସ୍‌କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବ ବୋଲି କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି।

ଜେଡିଏସ୍‌ ମୁଖପାତ୍ର ତନବିର ଅହମ୍ମଦ କହିଛନ୍ତି, “କର୍ଣ୍ଣାଟକବାସୀ ଚାହୁଁଥିଲେ ଜେଡିଏସ୍ ସରକାର ଗଢ଼ୁ। ସରକାର ଗଢ଼ିବା ପାଇଁ ଜେଡିଏସ୍‌କୁ କଂଗ୍ରେସ ଯେଉଁ ସମର୍ଥନ ଦେଇଛି ତାହାକୁ ଆମ ନେତା ଗ୍ରହଣ କରିଛନ୍ତି।”

ଜେଡିଏସ୍‌କୁ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିବା ପରେ ବିଜେପି ଶିବିରରେ ହଲ୍‌ଚଲ୍ ସୃଷ୍ଟି ହୋଇଛି। ବିଜେପିର ୩ ଜଣ ବରିଷ୍ଠ ନେତା ବେଙ୍ଗାଳୁରୁ ଆସୁଛନ୍ତି। ଏପଟେ ଜେଡିଏସ୍‌ ନେତା କୁମାର ସ୍ବାମୀ ତାଙ୍କ ବାପା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି ଦେବେଗୌଡାଙ୍କୁ ଭେଟିଛନ୍ତି।

୨୨୪ ଆସନରୁ ୨୨୨ ଆସନରେ ଭୋଟ ହୋଇଥିଲା। ସେଥିମଧ୍ୟରୁ ବିଜେପି ୧୦୭ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୭୪ ଆସନରେ ଆଗୁଆ ରହିଥିବା ବେଳେ ଜେଡିଏସ୍ ୩୯ ଏବଂ ଅନ୍ୟମାନେ ୨ଟି ଆସନରେ ଆଗୁଆ ଅଛନ୍ତି।

Comment