ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବେବୋ ଓରଫ୍ କରିନା କପୁର ଖାନ୍ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। କରିନା ବଲିଉଡର ଅଧିକାଂଶ ଟପ୍ ଡିରେକ୍ଟରଙ୍କ ସହ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜକୁମାର ହିରାନୀଙ୍କଠାରୁ ଆରମ୍ଭ କରି ଜେପି ଦତ୍ତାଙ୍କ ଯାଏଁ। ତେବେ କିଛି ନିର୍ଦ୍ଦେଶକଙ୍କ ସହିତ କରିନା ଏଯାଏଁ କାମ କରିନାହାନ୍ତି।

ଆସନ୍ତୁ ସେମାନଙ୍କ ସମ୍ପର୍କରେ ଜାଣିବା…

ବଲିଉଡ଼ର ବେବୋ କରିନା କପୁର ନିର୍ମାତା- ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ଫିଲ୍ମ ‘କହୋନା ପ୍ୟାର୍‌ ହେ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ହେଲେ ଏଥିରୁ ପରେ ସେ ଓହରି ଯାଇଥିଲେ। ଏହା ପରେ ସେ ଏଯାବତ୍‌ ରାକେଶ ରୋଶନ୍‌ଙ୍କ ସହ କେବେ ବି କାମ କରିନାହାନ୍ତି।

ଠିକ୍ ସେହିପରି କରିନା କପୁର ଖାନ୍‌ଙ୍କୁ ଏଯାବତ୍‌ ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବାର ସୁଯୋଗ ମିଳିନାହିଁ। ଅବଶ୍ୟ ସଞ୍ଜୟ କରିନାଙ୍କୁ ପ୍ରଥମେ ତାଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍‌’ ପାଇଁ ଅଫର୍ ଦେଇଥିଲେ, ମାତ୍ର ସେ ମନା କରିଥିଲେ। ଏହା ପରେ ଭଂସାଲୀ ବେଶ୍ କେତୋଟି ସିନେମା ନିର୍ମାଣ କରିଥିଲେ ବି କୌଣସି ଗୋଟିକରେ କାମ କରିନାହାନ୍ତି କରିନା।

ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ଫିଲ୍ମରେ ଅନେକ ନାୟକ କାମ କରିଥିଲେ ହେଁ କରିନା କପୁର ସେହି ସୁଯୋଗ ପାଇନାହାନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ରାମ ଗୋପାନ୍ଦ ବର୍ମାଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କଠାରୁ ଆରମ୍ଭ ଅନ୍ତରାମାଲିଙ୍କ ଯାଏଁ ନାୟିକା ଲିଡ୍ ରୋଲ୍ କରିଛନ୍ତି, ହେଲେ ଏଯାଏଁ କରିନାଙ୍କୁ ସେହିଭଳି ସୁଯୋଗ ମିଳିନାହିଁ।

ବଲିଉଡ଼ର ଆଉ ଜଣେ ଟପ୍ ଡିରେକ୍ଟର ହେଲେ ଆଶୁତୋଷ ଗୋୱାରିକର୍। ତାଙ୍କ ନିର୍ଦ୍ଦେଶିତ ବିଭିନ୍ନ ସିନେମାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ପ୍ରେସି ସିଂଓ ମମତା କୁଲକର୍ଣ୍ଣୀଙ୍କ ଭଳି ନାୟିକାମାନେ ଅଭିନୟ କରିଛନ୍ତି। ତେବେ ଏହି ତାଲିକାରେ କରିନା କପୁରଙ୍କ ନାଆଁ ସାମିଲ୍ ହୋଇନାହିଁ।

ବଲିଉଡ଼ରେ ପ୍ରାୟ ୩୦ ବର୍ଷ ଧରି ନିର୍ଦ୍ଦେଶକ ଭାବେ ସକ୍ରିୟ ଥିବା ଏଡିବର୍ ଟର୍ଣ୍ଣଡ୍‌ ଡିରେକ୍ଟର  ଡେସିଡ୍‌  ଧନୂନ୍‌ଙ୍କ ଫିଲ୍ମରେ କରିସ୍ମା କପୁର, ଏଶ୍ୱର୍ଯ୍ୟା ରାୟ ବଚ୍ଚନ, ରବିନା ଟଣ୍ଡନ, ତବୁ, ରମ୍ଭା, ସୁସ୍ମିତା ସେନ୍, ଜୁହି ଚାବେଲା, ତାପସୀ ପାନୁ ଓ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଭଳି ଅଧିକାଂଶ ଟପ୍ ହିରୋଇନ୍ କାମ କରିଥିଲେ ହେଁ ଏଯାବତ୍‌ ଡେଭିଡଙ୍କ ଫିଲ୍ମରେ ନଜର ଆସିନାହାନ୍ତି କରିନା କପୁର ଖାନ୍।

ଲେଡି ଡିରେକ୍ଟର ଫରାହ ଖାନ୍‌ ତାଙ୍କ ଫିଲ୍ମରେ ସୁସ୍ମିତା ସେନ୍, ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫଙ୍କ ଭଳି ନାୟିକାଙ୍କୁ ନେଇଛନ୍ତି, କିନ୍ତୁ କରିନାଙ୍କୁ ଫରାହ ଫିଲ୍ମରେ ଦେଖିବାକୁ ମିଳିନାହିଁ।

ପ୍ରଖ୍ୟାତ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ସହ ବି କାମ କରିନାହାନ୍ତି କରିନା, ଯଦିଓ ତାଙ୍କର ସମସାମୟିକ ନାୟିକା ଅନୁଷ୍କା ଶର୍ମା, କାଟ୍ରିନା କୈଫ୍, ରାଣୀ ମୁଖାର୍ଜୀ ଓ ପ୍ରତି ଜିଣ୍ଟା ପ୍ରମୁଖ କାମ କରିବାର ସୁଯୋଗ ପାଇଛନ୍ତି। ଠିକ୍ ସେହିପରି ଆଦିତ୍ୟ ଚୋପ୍ରାଙ୍କ କୌଣସି ବି ସିନେମାରେ ନଜର ଆସିନାହାନ୍ତି ବଲିଉଡ଼ର ବେବୋ କରିନା କପୁର। ଆଉ ଅନ୍ୟ ଯେଉଁ ଜଣାଶୁଣା ନିର୍ଦ୍ଦେଶକଙ୍କ ଫିଲ୍ମରେ କରିନା କାମ କରିନାହାନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରକାଶ ଝା, ବିଳାଶ ବହଲ୍‌, ମୀରା ନାୟାର, ମୋହିତ ସୁରୀ, ଆର୍ ବାଲକୀ, ସୁଜୟ ଘୋଷ, ଦିବାକର ବାନାର୍ଜୀ, ଅଭିଷେକ କପୁର, ଅଭିଷେକ ଗୌବେ, ନୀରଜ ପାଣ୍ଡେ, ଅନୁରାଗ ବସୁ ଓ ଅନୁରୋଗ କଶ୍ୟପ ପ୍ରମୁଖ।

Comment