ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ କଳାବାଘ ବା ବ୍ଲାକ ପାନ୍ଥରକୁ ଠାବ କରିଛି ବନ ବିଭାଗ। ବାଘଟି ଜଙ୍ଗଲରେ ବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ସିସିଟିଭି ଏହାକୁ ରେକର୍ଡ କରିଛି। ଓଡ଼ିଶାର ଜଙ୍ଗଲରେ କଳା ବାଘ ରହିଥିବା ପ୍ରମାଣ ମିଳିଛି।

ଓଡ଼ିଶାର ବିଭିନ୍ନ ଜଙ୍ଗଲରେ କଳା ବାଘ ରହିଥିବା ୯୦ ଦଶକରେ ଦାବି କରାଯାଉଥିଲା। ସିମିଳିପାଳ ଜଙ୍ଗଲରେ ଏହି ବାଘ ଦେଖିବାକୁ ମିଳିଥିବା ୧୯୯୩ରେ ଦାବି କରାଯାଇଥିଲା। କିନ୍ତୁ ଏହାର କୌଣସି ପ୍ରମାଣ ମିଳି ନଥିଲା। ଏବେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ କଳାବାଘକୁ ସିସିଟିଭି ଧରିବା ପରେ ଏବେ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ କଳା ବାଘ ଅଛନ୍ତି।

କଲରାପତରିଆ ପ୍ରଜାତିର ଦେଖିବାକୁ ଏହି କଳା ବାଘ। ଦେଶର ଅନ୍ୟ ୮ଟି ରାଜ୍ୟରେ କଳା ବାଘ ବା ବ୍ଲାକ ପନ୍ଥର ରହିଥିବା ସୂଚନା ମିଳିଛି।

କେରଳ, କର୍ଣ୍ଣାଟକ, ଛତିଶଗଡ଼, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଆସାମ, ଅରୁଣାଚଳ ପ୍ରଦେଶରେ କଳାବାଘ ଅଛନ୍ତି। ଏବେ ଓଡ଼ିଶାରେ କଳାବାଘ ବା ବ୍ଲାକ ପାନ୍ଥର ଥିବା ପ୍ରମାଣ ମିଳିଛି।

Comment