ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୋତେ ଭାରି ନିସ୍ତେଜ ଲାଗୁଛି। ଆଉ ବଞ୍ଚିବାକୁ ଇଛା ନାହିଁ। ସତ୍ୟର ଜୟ ହେଉ”, ଶନିବାରଦିନ କୋହଭରା କଣ୍ଠରେ ଏମିତି କହିଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ।

କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସିଟି ସ୍କାନ ପାଇଁ ଆସିଥିବାବେଳେ ଗଣମାଧ୍ୟମ ଆଗରେ କାନ୍ଦି ପକାଇଛନ୍ତି ପ୍ରଭାତ ବିଶ୍ୱାଳ।

“ମୋତେ ଭାରି ନିସ୍ତେଜ ଲାଗୁଛି। ଆଉ ବଞ୍ଚିବାକୁ ଇଛା ନାହିଁ। ସତ୍ୟର ଜୟ ହେଉ”, ଶନିବାର ଦିନ କୋହଭରା କଣ୍ଠରେ ଏମିତି କହିଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ।

ସିସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା।

Comment