ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ଆଇପିଏଲ ବେଟିଂ ଜାଲରେ ସଲମାନ ଖାନ୍‌ ଭାଇ: ଦୋଷ ସ୍ୱୀକାର କଲେ ଅରବାଜ

ଗତକାଲି ହାଜର ହେବା ଲାଗି ସମନ ପାଇବା ପରେ ଶନିବାର ସକାଳେ କଡ଼ା ସୁରକ୍ଷା ଭିତରେ ଅରବାଜ୍‌ ଥାନେ ପୁଲିସର କ୍ରାଇମବ୍ରାଞ୍ଚ ଶାଖାରେ ହାଜର ହୋଇଥିଲେ। ତାଙ୍କୁ ପୁଲିସ ଆଇପିଏଲ୍‌ ବେଟିଂ ମାମଲାରେ ଗିରଫ ହୋଇଥିବା ବୁକି ସୋନୁ ଜଲାନ୍‌ ସହ ସାମ୍ନାସାମ୍ନି ବସାଇ ଜେରା କରିଥିଲା। ଜେରା ସମୟରେ ଅରବାଜ୍‌ ତାଙ୍କର ସମ୍ପୃକ୍ତିକୁ ସ୍ୱୀକାର କରିଥିବା ଜଣାପଡ଼ିଛି।

ମହାନଦୀ ପ୍ରସଙ୍ଗରେ ଖୁବଶିଘ୍ର ଓଡ଼ିଶା ବନ୍ଦ ଡାକରା ଦେବା କଂଗ୍ରେସ: ନିରଞ୍ଜନ

ମହାନଦୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାନଦୀ ପ୍ରସଙ୍ଗ ଖୁବଶିଘ୍ର ଓଡ଼ିଶା ବନ୍ଦ ଡାକରା ଦେବ ବୋଲି ସେ କହିଛନ୍ତି।

କାନ୍ଦିଲେ ବିଧାୟକ ପ୍ରଭାତ ବିଶ୍ୱାଳ: କହିଲେ ‘ନିସ୍ତେଜ ଲାଗୁଛି, ଆଉ ବଞ୍ଚିବାକୁ ଇଚ୍ଛା ନାହିଁ’

“ମୋତେ ଭାରି ନିସ୍ତେଜ ଲାଗୁଛି। ଆଉ ବଞ୍ଚିବାକୁ ଇଛା ନାହିଁ। ସତ୍ୟର ଜୟ ହେଉ”, ଶନିବାରଦିନ କୋହଭରା କଣ୍ଠରେ ଏମିତି କହିଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ।

ତେଜିଲା ଚାଷୀ ଆନ୍ଦୋଳନ: ପନିପରିବା ଦର ଆକାଶଛୁଆଁ

ଜୁନ ୧ଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ୧୦ ଦିନିଆ କୃଷକ ଆନ୍ଦୋଳନ ଯୋଗୁଁ ପନିପରିବା କ୍ଷୀର ଯୋଗାଣକୁ ବନ୍ଦ ରହିଛି। ଫଳରେ ପନିପରିବା ଦର ଆକାଶଛୁଆଁ ହୋଇଛି।

ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ସୀତା ହେଉଛନ୍ତି ଟେଷ୍ଟ ଟ୍ୟୁବ୍ ବେବି’!

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ। ହିନ୍ଦି ସାମ୍ବାଦିକତା ଦିବସ ଅବସରରେ ମଥୁରାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ସେ କହିଛନ୍ତି, “ପୌରାଣିକ ଯୁଗରେ ଭାରତରେ ଥିଲା ଟେଷ୍ଟ ଟ୍ୟୁବ ବେବିର ସୁତ୍ର ।ଏହି କୌଶଳ ଥିଲା ବୋଲି ଦେବୀ ସୀତାଙ୍କ ଜନ୍ମ ମାଟି ପାତ୍ରରୁ ସମ୍ଭବ ହେଲା”।

ପାପା ଧୋନିଙ୍କୁ ଫ୍ରୁଟି ପିଆଇଲା କୁନି ଜିଭା

ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଚାମ୍ପିଅନ୍ ହେବାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ତାଙ୍କୁ ଫ୍ରୁଟି ପିଆଉଥିବାର ଭିଡିଓ ଭାଇରାଲ ହୋଇଛି।

Comment