ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଚାମ୍ପିଅନ୍ ହେବାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ତାଙ୍କୁ ଫ୍ରୁଟି ପିଆଉଥିବାର ଭିଡିଓ ଭାଇରାଲ ହୋଇଛି।

ପାପା ଧୋନିଙ୍କ ଗେହ୍ଲୀ ଝିଅ ଜିଭାଙ୍କୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍‌ ଚର୍ଚ୍ଚା। କେତେବେଳେ ଗୀତ ଗାଉଛି ତ କେତେବେଳେ ଡ୍ୟାନ୍ସ କରି ନିଜ ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଥିବାର ନଜିର ରହିଛି ଜିଭା। ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ ଖେଳୁଥିବା ମ୍ୟାଚ୍‌ରେ କୁନି ଜିଭାଙ୍କ ଉପସ୍ଥିତି ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଚାମ୍ପିଅନ୍ ହେବାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ତାଙ୍କୁ ଫ୍ରୁଟି ପିଆଉଥିବାର ଭିଡିଓ ଭାଇରାଲ ହୋଇଛି। ମ୍ୟାଚ ବିଜୟ ପରେ ଗୋଟିଏ ପଟେ ଦଳର ଖେଳାଳି ବିଜୟ ଉତ୍ସବ ପାଳୁଥିବାବେଳେ ଧୋନି ନିଜ ଝିଅ ଜିଭା ସହ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଜିଭାଙ୍କ କ୍ୟୁଟ୍‌ନେସ୍‌ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି।

ଚେନ୍ନାଇ ସୁପରକିଙ୍ଗସର ପ୍ରତିଟି ମ୍ୟାଚରେ ଧୋନିଙ୍କୁ ଝିଅ ଜିଭା ନିଜ ବାପାଙ୍କୁ ଚିୟର କରିବା ପାଇଁ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଥିଲା।

Comment