ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିବାଦୀୟ ପରିସ୍ଥିତି ଲାଗି ରହିଛି। ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏହାକୁ ବିରୋଧ କରିଛନ୍ତି।

୫୦ବର୍ଷ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ସାମ୍ପ୍ରଦାୟିକ ବୋଲି କହି ଆସୁଥିବା କଂଗ୍ରେସ ଦଳର ଏହି ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଉଦବୋଧନ ଦେବେ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନାଗପୁରରେ ପହଞ୍ଚିଛନ୍ତି। ଆଜି ଏଠାରେ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହାକୁ ନେଇ ଗତ କିଛି ଦିନ ହେବ ବିବାଦୀୟ ପରିସ୍ଥିତି ଲାଗି ରହିଥିବାବେଳେ ପ୍ରଣବଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ଏହାକୁ ବିରୋଧ କରିଛନ୍ତି।

ସେ ଅଭିଯୋଗ କହିଛନ୍ତି, “ବାପା ମନେ ରଖିବା ଉଚିତ ଯେ ତାଙ୍କ ଭାଷଣକୁ ଲୋକେ ଭୁଲିଯିବେ। କିନ୍ତୁ ଆରଏସଏସ କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନ କାଳକାଳକୁ ରହିବ”।

“ମୁଁ ବିଜେପିରେ ଯୋଗଦେଉଥିବା ପ୍ରଚାର ଚଳାଇଛି ବିଜେପି। ଏଥିରେ କୌଣସି ସତ୍ୟତା ନାହିଁ। ବାପା ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ପ୍ରଦାନ କରି ବିଜେପି ଓ ସଙ୍ଘ ପରିବାରକୁ ଅନେକଗୁଡ଼ିଏ ମିଛ କଥା କହିବାର ସୁଯୋଗ ଦେଇଛନ୍ତି। ମୁଁ ରାଜନୀତି ଛାଡ଼ିଦେବି ପଛକେ ବିଜେପିରେ ଯୋଗ ଦେବି ନାହିଁ”, କହିଛନ୍ତି ଶର୍ମିଷ୍ଠା ମୁଖାର୍ଜୀ।

ନାଗପୁରରେ ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର। ଆର୍‌ଏସ୍‌ଏସ୍‌ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଆରଏସଏସର ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଅଭିଭାଷଣ ରଖିବେ ପ୍ରଣବ ମୁଖାର୍ଜୀ। ଗତକାଲି ନାଗପୁରରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଆରଏସଏସ ନେତାଙ୍କ ସହ ରାତ୍ରିଭୋଜନରେ ମଧ୍ୟ ଯୋଗ ଦେଇଛନ୍ତି ପ୍ରଣବ।

Comment