ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନଙ୍କ ସହଜୁଡୱାବନ୍ଧନଭଳି ସିନେମାରେ କାମ କରିଥିବା ରମ୍ଭାଙ୍କ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ନବେ ଦଶକରେ ଜଣେ ଲୋକପ୍ରିୟ ନାୟିକା ଥିଲେ ରମ୍ଭା। ସେ ଯେତେବେଳେ ହିନ୍ଦୀ ସିନେମାରେ ନାୟିକା ଭାବେ କାମ କରିଥିଲେ, ତା’ ନୁହେଁ, ବରଂ ତେଲୁଗୁ, ତାମିଲ, ମାଲୟାଲମ୍ ଓ କନ୍ନଡ଼ ଭାଷାରେ ନିର୍ମିତ ଶହେରୁ ଅଧିକ ସିନେମାରେ କାମ କରିଛନ୍ତି।

ବଲିଉଡର ଲୋକପ୍ରିୟ ନାୟିକା ରମ୍ଭା ୧୯୯୨ରେ ରିଲିଜ୍ ହୋଇଥିବା ତେଲୁଗୁ ସିନେମା ‘ଆ ଓକଟ୍ଟି ଅଡକ୍‌କୁ’ରୁ ଡେବ୍ୟୁ କରିଥିଲେ। ଏହା ସୁପରହିଟ୍ ହୋଇଥିଲେ। ତା’ ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ଏହି ଲୋକପ୍ରିୟ ନାୟିକା ରମ୍ଭା ୧୯୯୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜହ୍ଲାଦ୍‍’ ଜରିଆରେ ବଲିଉଡରେ ଏଣ୍ଟ୍ରି ନେଇଥିଲେ। ଏଥିରେ ରମ୍ଭାଙ୍କୁ ବଲିଉଡର ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହା ବି ହିଟ୍ ହୋଇଥିଲା।

ତା’ ପରେ ରମ୍ଭା ବେଶ୍ କେତୋଟି ହିନ୍ଦୀ ସିନେମାରେ ଫିମେଲ୍ ଲିଡରେ ନଜର ଆସିଥିଲେ। ତେବେ ସୁପରଷ୍ଟାର ସଲମାନ ଖାନଙ୍କ ସହି ରମ୍ଭାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ସଲମାନ୍‌ ଓ ରମ୍ଭାଙ୍କ ବନ୍ଧନ ଜୁଡ୍‌ୱା ସୁପରହିଟ୍ ହୋଇଥିଲା। ଏହାଛଡ଼ା ରମ୍ଭା ‘ଘରବାଲି ବାହାରବାଲି’ ଭଳି ଫିଲ୍ମରେ ବି ଅଭିନୟ କରିଥିଲେ।

ଲୋକପ୍ରିୟ ନାୟିକା ରମ୍ଭାଙ୍କ ପ୍ରକୃତ ନାମ ହେଲା ବିଜୟଲକ୍ଷ୍ମୀ। ରମ୍ଭା ଦିବଙ୍ଗତ ନାୟିକା ଦିବ୍ୟାଭାରତୀଙ୍କ ଭଳି ଦିଶୁଥିବାରୁ ଖୁବ୍ ଚର୍ଚ୍ଚାରେ ରହିଥିଲେ।

ରମ୍ଭା ବଲିଉଡର ଯେତିକି ଲୋକପ୍ରିୟ ତା’ଠାରୁ ଅଧିକ ସଫଳତା ପାଇଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ। ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ।

୩୯ ବର୍ଷିୟା ରମ୍ଭା ୨୦୧୦ରେ ବିଦେଶରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ହେଲେ ଇନ୍ଦ୍ରକୁମାର ପଥମନାଥନ। ବିବାହ ପରେ ସେ ଦୁହେଁ କାନାଡାରେ ରହିବାକୁ ଲାଗିଲେ।

ଗତବର୍ଷ ଖବର ମିଳିଥିଲା ଯେ ରମ୍ଭା ଓ ତାଙ୍କ ସ୍ୱାମୀ ଭିତରେ ସୁସମ୍ପର୍କ ନାହିଁ। ଏପରିକି ରମ୍ଭାଙ୍କ ସ୍ୱାମୀ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ନେଇ ବି ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାର କିଛି ଦିନ ପରେ ପୁଣି ଖବର ଆସିଥିଲା କି ପତି-ପତ୍ନୀଙ୍କ ଭିତରେ ଆପୋଷ ବୁଝାମଣା ହୋଇଯାଇଛି ଓ  ଦୁହେଁ ସାଙ୍ଗ ହୋଇ ରହିଛନ୍ତି।

ସ୍ୱାମୀଙ୍କ ସହିତ ନାୟିକା ଲଢ଼େଇରେ ରମ୍ଭା ମ୍ୟାରେଜ୍ କାଉନସିଲରଙ୍କ ସହାୟତା ନେଇଥିଲେ। ୨୦୦୮ରେ ରମ୍ଭା ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ଅନ୍ୟ ରୂପ ଦିଆଯାଇଥିଲା। କୁହାଗଲା ଯେ ରମ୍ଭା ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ। କିନ୍ତୁ ପରେ ରମ୍ଭା ଏହାକୁ ଅସ୍ୱୀକାର କରିଥିଲେ।

ରମ୍ଭା ଏବେ ଦୁଇଟି ଝିଅର ମାଆ। ତାଙ୍କର ବଡ଼ ଝିଅ ଲାଣ୍ୟା ୭ ବର୍ଷର ଓ ସାନ ଝିଅ ସାଶା ୪ ବର୍ଷର। ରମ୍ଭା ୩୯ ବର୍ଷ ବୟସରେ ଏବେ ତୃତୀୟ ଥର ଗର୍ଭବତୀ ଅଛନ୍ତି। ସେ ଏଇ ଭଲ ଖବରଟି ଫ୍ୟାନମାନଙ୍କୁ ଦେଇଛନ୍ତି। କିନ୍ତୁ କିଛିବର୍ଷ ହେବ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି ରମ୍ଭା।

Comment