ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଗତ ୪୮ ଘଣ୍ଟା ଭିତରେ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହୋଇଥିବା ଏମ୍‌ସ ପକ୍ଷରୁ ଆଜି ଜାରି କରାଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି।

ଏମ୍‌ସ ପକ୍ଷରୁ କୁହାଯାଇଛି ଯେ ବାଜପେୟୀଙ୍କ କିଡ୍‌ନୀ ସ୍ୱାଭାବିକ ଭାବେ କାମ କରୁଛି। ହୃଦସ୍ପନ୍ଦନ ଏବଂ ରକ୍ତଚାପ ମଧ୍ୟ ସ୍ୱାଭାବିକ ରହିଛି। ବ୍ଲଡ ସୁଗାର ଠିକ୍ ରହିଥିବା ଏମ୍‌ସ ପକ୍ଷରୁ କୁହାଯାଇଛି। ତେବେ ବାଜପେୟୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ସମୟ ଲାଗିପାରେ।

ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, “୧୧ ଜୁନରେ ବାଜପେୟୀ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାହା ଥିଲା ଏବେ ସେଥିରେ ସୁଧାର ଆସିଛି।”

ବାଜପେୟୀ ହ୍ପସିଟାଲରେ ଭର୍ତ୍ତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରମୁଖ ଭେଟି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।

Comment