ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍‍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ।

ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍‍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂକରି ଘରୋଇ ଇଂଲଣ୍ଡ ୫୦ ଓଭରରେ ୬ ୱିକେଟରେ ୪୮୧ ରନ୍‍ କରିଛି।

ଜନି ବେୟାରଷ୍ଟୋ ଓ ଆଲେକ୍ସ ହେଲ୍‍ସଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡର ବିଶ୍ୱରେକର୍ଡ ସ୍କୋର୍‍ ସଫଳ ହୋଇଛି। ଏହାସହ ନିଜର ବିଶ୍ୱରେକର୍ଡକୁ ଭାଙ୍ଗିଦେଇଛି ଇଂଲଣ୍ଡ। ୨୦୧୬ ଅଗଷ୍ଟରେ ଏହି ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ୱିକେଟ ହରାଇ ୪୪୪ ରନ୍‍ କରିଥିଲା। ଉକ୍ତ ମ୍ୟାଚ୍‍ରେ ମଧ୍ୟ ଆଲେକ୍ସ ହେଲ୍‍ସ ଶତକ ମାରିଥିଲେ।

ଇଂଲଣ୍ଡ ପଛକୁ ଶ୍ରୀଲଙ୍କା ୪୪୩ ରନ୍‍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଥରେ ୪୩୯ ଏବଂ ୨ ଥର ୪୩୮ ରନ୍‍ କରିଥିଲା। ଏ

ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏହି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦିନିକିଆ ଫର୍ମାଟରେ ଦେଶ ପାଇଁ ସର୍ବାଧିକ ରନ୍‌ ସ୍କୋରର ହୋଇପାରିଛନ୍ତି। ଏହି ମ୍ୟାଚ୍‌ରେ ମୋର୍ଗାନ ୩୦ଟି ବଲରୁ ୬ ଛକା ଓ ୩ ଚୌକା ସହାୟତାରେ ୬୭ ରନ୍‌ କରିଥିଲେ।

ଫଳରେ ସେ ପୂର୍ବତନ ବ୍ୟାଟ୍ସମ୍ୟାନ ଇଆନ ବେଲ (୫୪୧୬)ଙ୍କୁ ଅତିକ୍ରମ କରିଛନ୍ତି। କିନ୍ତୁ ସେ ଇଂଲଣ୍ଡ ବ୍ୟତୀତ ଆୟର୍ଲାଣ୍ଡ ପାଇଁ ମଧ୍ୟ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ଏଣୁ ସେ ଏବେ ପର୍ଯ୍ୟନ୍ତ ୨୦୩ଟି ମ୍ୟାଚ୍‌ରେ ମୋଟ୍‌ ୬୧୮୭ ରନ୍‌ ସ୍କୋର କରିଛନ୍ତି। ଏହାବାଦ ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଂଲଣ୍ଡ ମାଟିରେ ୩ ହଜାର ରନ୍‌ ପୂରଣ କରିଛନ୍ତି।

ଏହି ମ୍ୟାଚ୍‌ରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ମାରିଥିଲେ, ଯାହାକି ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଦ୍ରୁତତମ ଅର୍ଦ୍ଧଶତକ।

Comment