ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେମିନା ମିସ୍‌ ଓଡ଼ିଶା-୨୦୧୮ ଟାଇଟଲ ହାସଲ କରିଥିବା ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ ଫେମିନା ମିସ୍‌ ଇଣ୍ଡିଆ-୨୦୧୮ ଗ୍ରାଣ୍ଡ ଫିନାଲେର ଟପ୍ ୧୨ରେ ରହିବାର ସୁଯୋଗ ହାସଲ କରିଛନ୍ତି।

ଫେମିନା ମିସ୍‌ ଇଣ୍ଡିଆ-୨୦୧୮ କମାଲ୍ ଦେଖାଇଛନ୍ତି ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ।  ମୁମ୍ବାଇରେ ହୋଇଥିବା ଗ୍ରାଣ୍ଡ ଫିନାଲେରେ ଶ୍ରୁତିକ୍ଷା ଟପ୍‌ ୧୨ରେ ରହିବାର ସୁଯୋଗ ହାସଲ କରିଥିଲେ। ଏହାପୂର୍ବରୁ ଶ୍ରୁତିକ୍ଷା ଫେମିନା ମିସ୍‌ ଓଡ଼ିଶା-୨୦୧୮ ଟାଇଟଲ ହାସଲ କରିଥିଲେ।

ଗ୍ରାଣ୍ଡ ଫିନାଲେରେ ୩୦ ଜଣ ପ୍ରତିଯୋଗୀ ଥିଲେ। ଶ୍ରୁତିକ୍ଷା ଗ୍ରାଣ୍ଡ ଫିନାଲେରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ ବଲିଉଡର ଡ୍ୟାନ୍ସିଂ କୁଇନ୍ ମାଧୁରି ଦୀକ୍ଷିତଙ୍କ ସହ ‘ଡୋଲା ରେ’ ଗୀତରେ ନୃତ୍ୟ ପରିବେଷଣ କରି ଏହି ସଫଳତା ହାସଲ କରିଛନ୍ତି।

କିଟ୍‌ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ପାଠ ପଢ଼ୁଥିବା ଶ୍ରୁତିକ୍ଷା ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ନିଜର ପ୍ରତିଭା ପ୍ରଦର୍ଶନ କରି ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ।

ଗ୍ରାଣ୍ଡ ଫିନାଲେରେ ଜୁରି ପ୍ୟାନେଲରେ ମିସ୍‌ ୱାର୍ଲ୍ଡ-୨୦୧୭ର ଟାଇଟଲ ବିଜୟିନୀ ମାନୁଷୀ ଛିଲର, ଅଭିନେତ୍ରୀ ମଲାଇକା ଆରୋରା ଖାନ୍, ଅଭିନେତା ବବି ଦେବାଲ, କୁନାଲ କପୁର, ସାମ୍ବାଦିକ ପଏ ଡି ସଉଜା, କ୍ରିକେଟର ଇରଫାନ୍ ପଠାନ, କେ ଏଲ୍ ରାହୁଲ, ଡିଜାଇନର ଗୌରବ ଗୁପ୍ତା ରହିଥିଲେ। ଏହି ଜୁରିମାନଙ୍କୁ ସାମ୍ନା କରି ଗ୍ରାଣ୍ଡ ଫିନାଲେର ଟପ୍‌ ୧୨ରେ ରହିବାର ସୌଭାଗ୍ୟ ଅର୍ଜନ କରିଥିଲେ ଶ୍ରୁତିକ୍ଷା।

ତାମିଲନାଡୁର ଅନୁକ୍ରିତି ଭାସ୍ ଫେମିନା ମିସ୍‌ ଇଣ୍ଡିଆ-୨୦୧୮ ଟାଇଟଲ ହାସଲ କରିଛନ୍ତି।

Comment