ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱସ୍ତରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ଏସିଆର ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ହାସଲ କରିଛି ‘ଆୱାର୍ଡ୍‍ସ ଏସିଆ ୨୦୨୦’ପୁରସ୍କାର।

ମଙ୍ଗଳବାର ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ‘ଆୱାର୍ଡ୍‍ସ ଏସିଆ ୨୦୨୦’ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି। ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ‘ୱାର୍କପ୍ଲେସ୍‍ ଅଫ୍‍ ଦି ଇଅର’ କାଟାଗୋରୀରେ ସମଗ୍ର ଏସିଆ ମହାଦେଶରେ ଭାରତରୁ କିଟ୍‍ କେବଳ ଓ ଏକମାତ୍ର ଅନୁଷ୍ଠାନ ଭାବେ ମନୋନୀତ ହୋଇଛି।

କିଟ୍‍ର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଏହି ସଫଳତାର ସମସ୍ତ ଶ୍ରେୟ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି। ଡକ୍ଟର ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଛନ୍ତି।Kiit_library_building“କିଟ୍‍ ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ ସମ୍ପାଦନା କରିବାର ପରମ୍ପରା ସୃଷ୍ଟି କରାଯାଇଛି। କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଧ୍ୟାପକ ଓ ପ୍ରଶାସନିକ କର୍ମଚାରୀମାନଙ୍କୁ ସେମାନଙ୍କ ଆର୍ଥିକ ଓ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରେ ସ୍ୱାଧୀନତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଅଧ୍ୟାପକ ଓ କର୍ମଚାରୀମାନେ ଯେଭଳି ଭଲ ଭାବେ କାର୍ଯ୍ୟ ସମ୍ପାଦନ କରି ପାରିବେ ସେଥିପାଇଁ ସର୍ବଦା ଡକ୍ଟର ସାମନ୍ତ ଉତ୍ସାହିତ କରିଥାନ୍ତି। ଏହାଛଡ଼ା କିଟ୍‌ରେ ଆଜିଯାଏଁ ପରିବାରବାଦର କୌଣସି ସୁଯୋଗକୁ ପ୍ରସୟ ଦିଆଯାଇନାହିଁ। ଫଳରେ କିଟ୍‍ରେ କାର୍ଯ୍ୟ ସମ୍ପାଦନ କରିବାର ଏକ ଭଲ ବାତାବରଣ ସୃଷ୍ଟି ହୋଇପାରିଛି ଓ କିଟ୍‍ ସାରା ବିଶ୍ୱରେ ସୁନାମ ଅର୍ଜନ କରିପାରିଛି”, ମତପ୍ରକାଶ କରିଛନ୍ତି କିଟ୍‌ର କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ।

ଏହି ସର୍ବେକ୍ଷଣରେ ବିଶ୍ୱର ବହୁ ଅନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ସ୍ଥାନୀୟ ଲୋକଙ୍କ ମତାମତକୁ ଟାଇମ୍‍ସ ହାଇଅର ଏଜୁକେସନ୍‍ ଚୟନ କମିଟିର ବିଚାରପତିଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ବିବେଚନା କରାଯିବା ପରେ ଏହି ପୁରସ୍କାର ପ୍ରଦାନ ପାଇଁ କିଟ୍‍କୁ ଚୟନ କରାଯାଇଥିବା ସୂଚନା ମିଳିଛି।

Comment