ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିନ୍ନ ରୂପ। ଗେରୁଆ କୁର୍ତ୍ତା ଛାଡ଼ି ପ୍ରଥମଥର ପାଇଁ ଟି-ସାର୍ଟ ପିନ୍ଧିଲେ ଯୋଗୀ।

ଗୁରୁବାରଦିନ ସାରା ଦେଶ ଯୋଗ ଦିବସ ମନାଉଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା-ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନରେ ୫୦,୦୦୦ ଯୋଗ ସାଧକଙ୍କ ଗହଣରେ ଯୋଗ କରିଥିବାବେଳେ ବାବା ରାମଦେବ କୋଟାରେ ୨ଲକ୍ଷ ଲୋକଙ୍କ ସହ ଯୋଗ କରି ବିଶ୍ଵ ରେକର୍ଡ କରିଛନ୍ତି।

ସେହିପରି ଲକ୍ଷ୍ନୌରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମିଶି ଯୋଗ କରିଛନ୍ତି। ଏହି ଯୋଗ କାର୍ଯ୍ୟକ୍ରମରେ ସମସ୍ତଙ୍କ ନଜର ଥିଲା ଯୋଗୀ ଆଦିତ୍ୟନାଥଙ୍କ ଉପରେ। ସର୍ବଦା ଗେରୁଆ କୁର୍ତ୍ତାରେ ନଜର ଆସୁଥିବା ଯୋଗୀ ଏଠି ଟି-ସାର୍ଟରେ ନଜର ଆସିଥିଲେ। ରାଜନାଥ ସିଂହ ମଧ୍ୟ ଟି-ସାର୍ଟ ପିନ୍ଧିଥିଲେ।

ଦୁହେଁ ମିଶି ଯୋଗର ବିଭିନ୍ନ ମୁଦ୍ରା କରୁଥିବାର ଦେଖାଯାଇଥିଲା। ଯୋଗୀ ଅବଶ୍ୟ ଟି-ସାର୍ଟ ସହ ଧୋତି ପିନ୍ଧିଥିଲେ କିନ୍ତୁ ତାଙ୍କର ଏହି ଭିନ୍ନ ଅନ୍ଦାଜ ଉପସ୍ଥିତ ଲୋକଙ୍କୁ ଆକର୍ଷିତ କରିଥିଲା।

Comment