ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୁବପିଢ଼ିଙ୍କ ମଧ୍ୟରେ ମୋଦିଙ୍କ କୁର୍ତ୍ତା ଓ ଜ୍ୟାକେଟର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏବେ ‘ମୋଦି ଗାମୁଛା’ ବଜାରରେ ନୂଆ ଟ୍ରେଣ୍ଡ୍ ଭାବେ ଉଭା ହୋଇଛି।

ଫ୍ୟାସନ୍ କହିଲେ ଅଭିନେତା-ଅଭିନେତ୍ରୀଙ୍କ ଡ୍ରେସିଂ ଷ୍ଟାଇଲ୍ ନଜରକୁ ଆସେ। ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ ଧିରେଧିରେ ଫ୍ୟାସନରେ ପରିଣତ ହୋଇଛି।

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୁବପିଢ଼ିଙ୍କ ମଧ୍ୟରେ ମୋଦିଙ୍କ କୁର୍ତ୍ତା ଓ ଜ୍ୟାକେଟର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏବେ ‘ମୋଦି ଗାମୁଛା’ ବଜାରରେ ନୂଆ ଟ୍ରେଣ୍ଡ୍ ଭାବେ ଉଭା ହୋଇଛି।

କେବଳ ଫ୍ୟାସନ ଦୁନିଆରେ କାହିଁକି ରାଜନୀତିରେ ମଧ୍ୟ ମୋଦିଙ୍କ ଡ୍ରେସିଂ ସେନ୍ସ ସର୍ବଦା ଚର୍ଚ୍ଚାରେ ରୁହେ। ଏଥିପାଇଁ ‘ମୋଦି କୁର୍ତ୍ତା’ ପରେ ଏବେ ‘ମୋଦି ଗାମୁଛା’ ବଜାରରେ ଟ୍ରେଣ୍ଡ ହେବାରେ ଲାଗିଛି।

କିଛିଦିନ ହେଲା ମୋଦି କିଛି ସଭାକୁ ସମ୍ବୋଧିତ କଲାବେଳେ ବେକରେ ଗାମୁଛା ପକାଉଥିବା ଦୃଶ୍ୟମାନ ହେଉଛି। ତାହା ଯୁବପିଢ଼ିଙ୍କ ମଧ୍ୟରେ ଧିରେଧିରେ ନୂଆ ଷ୍ଟାଇଲରେ ପରିଣତ ହେଉଛି।

କିଛି ଦିନ ପୂର୍ବେ ଏକ କଳା ରଙ୍ଗର ଟ୍ରାକ ସୁଟ୍‍ ଉପରେ ଏକ ଗାମୁଛା ପକାଇ ମୋଦି ବ୍ୟାୟାମ କରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା।

୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ମୋଦି ବେକରେ ଗାମୁଛା ପକାଇ ଯୋଗ କରିବାର ଫଟୋ ମଧ୍ୟ ବେଶ୍‍ ଚର୍ଚ୍ଚିତ ହୋଇଥିଲା।

ମୋଦିଙ୍କ ଗାମୁଛା ଏତେ ମାତ୍ରାରେ ଟ୍ରେଣ୍ଡ ହୋଇଯାଇଛି ଯେ, ଜାରା, ଫେବ ଇଣ୍ଡିଆ ପରି କମ୍ପାନି ସେମାନଙ୍କ ପରିଧାନ ସାମଗ୍ରୀକୁ ଗାମୁଛା ପ୍ରିଣ୍ଟରେ ନିର୍ମାଣ କରିବା ଆରମ୍ଭ କରିଛନ୍ତି।

Comment