ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି)ରେ ଆର୍ଥିକ ହେରଫେର୍ ଅଭିଯୋଗରେ ଆଜି ବଡ଼ ରାୟ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସମେତ ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

ବିନୋଦ କୁମାରଙ୍କୁ ବର୍ତ୍ତମାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। ସେ ପୂର୍ବରୁ ଓଆର୍‌ଏଚ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ।

ଦୋଷୀ ସାବ୍ୟ ହୋଇଥିବା ଅନ୍ୟ ୫ ଜଣ ହେଲେ ସଞ୍ଜୟ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଦାସ, ପ୍ରଦୀପ କୁମାର ରାଉତ, ଚିତ୍ତ  ରଞ୍ଜନ ମହାନ୍ତି ଏବଂ ଆଶିଷ କୁମାର ନାୟକ।

ମାମଲା ଶୁଣାଣି ବେଳେ କେବଳ ସଞ୍ଜୟ କୋର୍ଟରେ ଉପସ୍ଥିତ ଥିଲେ। ତାଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ସଞ୍ଜୟ ଓଆର୍‌ଏଚ୍‌ଡିସିର ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ। ୫୫ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା।

୨୦୦୦-୨୦୦୧ରେ କିଛି ବିଲ୍ଡର ଏବଂ ଠିକଦାରଙ୍କୁ ନିଗମ ଲୋନ୍ ଦେଇଥିଲା। ବିନା ସିକ୍ୟୁରିଟିରେ ଏହି ଲୋନ୍ ଦିଆଯାଇଥିଲା। ଲୋନ୍ ପରିଶୋଧ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା।

Comment