ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଋଣ ମାମଲାରେ କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ ଏବଂ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ଏହା ସହିତ ଏହି ମାମଲାରେ କମ୍ପାନି ସେକ୍ରେଟାରି ସ୍ଵସ୍ତି ରଂଜନ ମହାପାତ୍ର ଏବଂ ମେଟ୍ରୋ ବିଲ୍ଡର୍ସର ପାଟନର ପୀୟୁଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦିଆଯାଇଛି।

ସୂଚନା ଅନୁସାରେ ଆଇଏଏସ ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ଅନୁଚିତ ଅନୁଗ୍ରହ ଦେଖାଇ ମେଟ୍ରୋ ବିଲ୍ଡର୍ସକୁ ୧୫୦ କୋଟି ଟଙ୍କାର ଋଣ ଦେଇଥିଲେ। ଏହି ମାମଲାର ଶୁଣାଣି କରି ଭିଜିଲାନ୍ସି କୋର୍ଟ ଆଜି ମୋଟ ୪ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ରହିଛି।

Tags: #MohammadMoquim #IASBinodKumar #Jail #VigilanceCourt #ORHDC

Comment