ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ପୁରୀଘାଟ ଥାନାରେ ଭାରତ ବନ୍ଦ ଦିନ ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ସକାଳେ ଗିରଫ ହୋଇଥିଲେ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ। ହେଲେ ସନ୍ଧ୍ୟା ବେଳକୁ ତାଙ୍କୁ ଜାମିନ ମିଳିଛି। କଟକ ଏସ୍‌ଡିଜେଏମ୍ କୋର୍ଟ ମୋକିମଙ୍କୁ ଜାମିନ ଦେଇଛନ୍ତି। ୨୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି କୋର୍ଟ।

ଗିରଫ ହେବା ପରେ ମୋକିମ୍ କହିଥିଲେ ଯେ ତାଙ୍କ ବିରୋଧରେ ଯେଉଁ ଅଭିଯୋ ଆସିଛି ତାହା ଭିତ୍ତିହୀନ। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଯାଇଥିବା ମୋକିମ କହିଛନ୍ତି।

“କଂଗ୍ରେସ କର୍ମୀଙ୍କ ବିରୋଧରେ ପୋଲିସ ମିଥ୍ୟା ମାମଲା ରୁଜୁ କରିଛି। ଚକ୍ରାନ୍ତ କରି କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଉଛି। ଭାରତ ବନ୍ଦ ଦିନ କୌଣସି କଂଗ୍ରେସ କର୍ମୀ ଥାନା ଭଙ୍ଗାରୁଜା କରି ନାହାନ୍ତି। କଂଗ୍ରେସକୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ”, କହିଛନ୍ତି ମୋକିମ।

ପୂର୍ବରୁ ତିନି ଜଣ କଂଗ୍ରେସ କର୍ପୋରେଟରଙ୍କୁ ଗିରଫ କରିଥିଲା ପୋଲିସ।

Comment