ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଙ୍ଘ ପକ୍ଷରୁ ନବରଙ୍ଗପୁରଠାରେ ଭିଜିଲାନ୍ସ କୋର୍ଟ ସ୍ଥାପନ ନେଇ କର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା। ସମସ୍ତ ଆଇନଜୀବୀ କୋର୍ଟ ଗେଟ୍‌ ଆଗରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଜିଲ୍ଲା ଜଜ୍‌ଙ୍କ ସମେତ ଅନ୍ୟ ବିଭାଗୀୟ ଜଜ୍ ଓ କର୍ମଚାରୀଙ୍କୁ ମଧ୍ୟ କୋର୍ଟ ଭିତରକୁ ଛାଡ଼ି ନଥିଲେ। ଶେଷରେ ଜଜ୍ ଓ କର୍ମଚାରୀମାନେ ଫେରି ଯାଇଥିଲେ।

ଏହି ଆନ୍ଦୋଳନରେ ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ ସଭାପତି ହରିନାରାୟଣ ବେହେରା, ଯୁଗ୍ମ ସମ୍ପାଦକ ଦାମୋଦର ତ୍ରିପାଠୀ, କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ରଙ୍କ ସମେତ ଆଇନଜୀବୀ ସମରେଶ ଗନ୍ତାୟତ, ମୃତ୍ୟୁଞ୍ଜୟ ମହାରଣା, ପ୍ରଫୁଲ୍ଲ ସିଂ, ସଂଜୀବ ଭକ୍ତ, ବିଦୁ ତ୍ରିପାଠୀ, ସନ୍ତୋଷ ମିଶ୍ର, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, କିଶୋର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

Comment