ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରେମ କାହାଣୀ ଆଧାରିତ ଏକ ଚର୍ଚ୍ଚିତ ଯାତ୍ରା ନାଟକ ହେଲାପ୍ରେମ ନଗରୀରେ ପ୍ରୀତିବଜାର’ ଆସନ୍ତୁ ଜାଣିବା ଏହି ଯାତ୍ରାର ବିଷୟବସ୍ତୁ

ପ୍ରେମ କାହାଣୀ ଉପରେ ଅନେକ ଯାତ୍ରା ନାଟକ ରଚିତ ହୋଇଛି ଓ ମଞ୍ଚସ୍ଥ ମଧ୍ୟ ହୋଇଛି। ସେଗୁଡ଼ିକ ଅନେକ ସମୟରେ ଯାତ୍ରାପ୍ରେମୀଙ୍କ ଦ୍ୱାରା ଆଦୃତ ମଧ୍ୟ ହୋଇଛି। ଏଭଳି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଲୋକପ୍ରିୟ ନାଟ୍ୟକାର ଲିଲି ଦାସ ଲେଖିଛନ୍ତି ନାଟ ‘ପ୍ରେମ ନଗରୀରେ ପ୍ରୀତିବଜାର’।

ଯାତ୍ରା ସଚ୍ଚିଦାନନ୍ଦମ୍‌ ପକ୍ଷରୁ ଏହି ବହୁ ଜନାଦୃତ ନାଟକ ‘ପ୍ରେମ ନଗରୀରେ ପ୍ରୀତି ବଜାର’ ମଞ୍ଚସ୍ଥ ହୋଇଥିଲା। ଯଲିଉଡର ଟପ୍‌ ଡିରେକ୍ଟର କିଶୋର ଖଣ୍ଡୁଆଳ ଥିଲେ ଏହି ନାଟକର ନିର୍ଦ୍ଦେଶକ।

ଏବେ ଆସନ୍ତୁ ଜାଣିବା ପ୍ରେମନଗରୀରେ ପ୍ରୀତି ବଜାର’ର କାହାଣୀ। ଏହାର ସଂକ୍ଷିପ୍ତ କଥାବସ୍ତୁ ଏପରି – ସାଧନା ଏକ ଘରୋଇ ଯୁବତୀ, ସେ ବିବାହ କରି ସୁଖର ସଂସାରର ସ୍ୱପ୍ନ ଦେଖେ। ହେଲେ ସବୁ ମଣିଷଙ୍କ ଜୀବନର କାହାଣୀ ସୁଖଦ ହୁଏ ନାହିଁ। ବାପା-ମା’ ସାଧନାର ବାହାଘର ଖୁବ୍ ଧୁମ୍‌ଧାମ୍‌ରେ କରିଥିଲେ। ସେମାନେ ଭାବିଥିଲେ ଝିଅ ତାଙ୍କର ଅୟସ ଆରାମରେ ରହିବ। ଅହି ସୁଲକ୍ଷଣୀ ହେବ।

କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ସାଧନା ବିବାହ କରିବାର ଠିକ୍ ପରଦିନ ତା’ର ସ୍ୱାମୀଙ୍କର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟେ। ଏଥିରେ ପାଇ ପରିବାରରେ ସମସ୍ତେ ବୋହୁକୁ ଦୋଷ ଦିଅନ୍ତି। ସମସ୍ତେ କହନ୍ତି ସାଧନା ଅଲକ୍ଷଣୀ। ତା’ର ପାଦ ଘରେ ପଡ଼ୁପଡ଼ୁ ପୁଅର ପ୍ରାଣଗଲା।

ଏ କଥାକୁ କିନ୍ତୁ ସାଧନାର ଦିଅର ସୌଭାଗ୍ୟ ବିରୋଧ କରେ। ସେ ଜିଦ୍‍ ଧରେ ବିଧବା ସାଧନାଙ୍କୁ ବିବାହ କରିବା ପାଇଁ। କିନ୍ତୁ ସାଧନାର ଶ୍ୱଶୂର ସୁରମଣି ତାହା କରାଇ ଦିଅନ୍ତି ନାହିଁ। ସୌଭାଗ୍ୟ କିନ୍ତୁ ସାଧନାକୁ ଭଲପାଏ।

ଏ ଥା ଜାଣିବା ପରେ ସାଧନାକୁ ଘରୁ ବାହାର କରି ଦିଅନ୍ତି ଶ୍ୱଶୂର ସୁରମଣି। ସାଧନା ବାପଘରେ ଆସି ରହେ। ଥରେ ସେ ବାପଘରର ଲୋକଙ୍କ କଥାରେ ଶ୍ୱଶୂରଙ୍କୁ ପାଖକୁ ଯାଇ ଯୌତୁକ ବାବଦରେ ଦୁଇଲକ୍ଷ ଟଙ୍କା ଫେରାଇ ଦେବାକୁ କାକୁତି ମିନତି କରେ। କିନ୍ତୁ ନିର୍ଦ୍ଦୟ ସୁରମଣି ସେ କଥାକୁ କର୍ଣ୍ଣପାତ ନ କରି ଲାଞ୍ଛନା ଦେଇ ଘରୁ ଚାଲିଯିବାକୁ କୁହନ୍ତି।

ଏହାପରେ ସାଧନା ଯୌତୁକ ଟଙ୍କା ବାପଘରେ ଦେବା ପାଇଁ ଶିଳ୍ପପତି ସତ୍ୟପ୍ରକାଶ ଚୌଧୁରୀଙ୍କ ପୁଅ ଶ୍ରୀତମର ଶିଶୁର ଯତ୍ନ ନେବା କାମ କରେ। ଏହା ବାବଦରେ ତାକୁ ମିଳେ ପାଞ୍ଚ ଲକ୍ଷ ଟଙ୍କା। ସେ ବାପ ଘରେ ଦିଏ। ହେଲେ ସାଧନା ଆୟା କାମ କରୁଥିବା କଥା ବାପଘରେ ଲୁଚାଇରଖେ।

ଏଣେ ଘଟଣାକ୍ରମେ ଶ୍ରୀତମଙ୍କ ସହ ସାଧନାର ପ୍ରେମସମ୍ପର୍କ ଗଢ଼ିଉଠେ। କ୍ରମେ ତାହା ଦୈହିକ ମିଳନରେ ପରିଣତ ହୁଏ, ଯାହାଦ୍ୱାରା ସାଧନା ଗର୍ଭବତୀ ହୁଏ।

ସାଧନା ସହିତ ଅନୈତିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ବିଫଳ ହୁଏ ଶ୍ରୀତମଙ୍କ ଭଣଜା ସଲିଲ। ସେ ଶ୍ରୀତମ ଓ ସାଧନା ମଧ୍ୟ ଫାଟ ସୃଷ୍ଟି କରିବାକୁ ଯାଇ ସଲିଲ କୋମଳମତୀ ଶିଶୁକୁ ହତ୍ୟା କରି ସେହି ଦୋଷ ଲଦିଦିଏ ସାଧନା ଉପରେ। ଏହାପରେ ସାଧନାକୁ ଶ୍ରୀତମ ଚାକିରିରୁ ବିଦା କରନ୍ତି। ସାଧନା ପୁଣି ବାପଘରେ ଆଶ୍ରୟ ନିଏ। ସେ ଗର୍ଭବତୀ ଥିବା ଜାଣି ତା’ର ଭାଇ-ଭାଉଜ ଗର୍ଭନଷ୍ଟ କରିବାକୁ ବାଧ୍ୟ କରନ୍ତି, ହେଲେ ସାଧନା ମନା କରେ।

ଏଥିରେ କ୍ଷୁବ୍ଧ ହୋଇ ସାଧନାକୁ ଭାଇ-ଭାଉଜ ଘରୁ ତଡ଼ିଦିଅନ୍ତି। ଏହାର ସୁଯୋଗ ନେଇ ସଲିଲ ସାଧନାକୁ ଦୁଷ୍କର୍ମ ଉଦ୍ୟମ କରେ। ହେଲେ ସେଥିରୁ ସାଧନାକୁ ରକ୍ଷା କରେ ସୌଭାଗ୍ୟ। ଏହାପରେ ସାଧନା ସମାଜର ପୁରୁଷମାନଙ୍କ ପ୍ରତି ବିତୃଷ୍ଣାଭାବ ଜାଗ୍ରତ ହୋଇଛି। ତାକୁ ସୌଭାଗ୍ୟ ପୁଣି ବିବାହର ପ୍ରସ୍ତାବ ଦେଇଛି। ହେଲେ ସାଧନା ତାଙ୍କୁ ପ୍ରତ୍ୟାଖ୍ୟାନ କରିଛି। ଶେଷରେ ସାଧନା ସନ୍ନ୍ୟାସିନୀ ହେବାର ନିଷ୍ପତ୍ତି ନେଇଛି।

Comment