ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ପ୍ରେମରେ ଅନ୍ଧ ହୋଇ ନିଜ ଛୁଆଙ୍କୁ ଛାଡି ଦେଇପାରନ୍ତି ବାପା-ମା’। ଏହି କଥା ଭାବିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛିହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ

କଁଅଳ ବୟସର ପିଲାମାନେ ଅନେଇ ବସିଛନ୍ତି ବାପା-ମା’ର ଫେରନ୍ତା ବାଟକୁ। ହେଲେ ସେମାନେ କ’ଣ ବା ଜାଣିବେ ବାପା ଓ ମା’ ନିଜ ନିଜ ବାଟରେ ଚାଲିଯାଇଥିବା ବେଳେ ରକ୍ତସମ୍ପର୍କକୁ ମଧ୍ୟ ସେମାନେ ପର କରିଦେଇପାରିବେ ବୋଲି। ଏବେ ଏହି ଛୁଆଙ୍କ କଷ୍ଟର ଭାର ପଡିଛି ପରିଣତ ବୟସର ଜେଜେମା’ଙ୍କ ଉପରେ।

ଘଟଣାଟି ହେଉଛି ସ୍ଥାନୀୟ ନୁଆଗୁଡା ଗ୍ରାମର ସୁଲକ କଚିମ (୯) ଓ ତା’ ସାନ ଭଉଣୀ ଶ୍ରୁତି କଚିମ୍ (୫)| ବାପା-ମା’ ଥାଇ ମଧ୍ୟ ଦୁହେଁ ଅନାଥ। ବାବୁଲା କଚିମ ଓ ବିମଳା କଚିମ ୧୦ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲୋ ବିବାହ ପରେ ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ହୋଇଥିଲା।

ତିନିବର୍ଷ ପୂର୍ବେ ଅନ୍ୟତ୍ର ବିବାହ କରି ପତ୍ନୀ ବିମଳା କେଉଁଆଡେ ଚାଲି ଯାଇଥିଲୋ ସେହିପରି ଦୁଇବର୍ଷ ପୂର୍ବେ ସ୍ୱାମୀ ବାବୁଲା ମଧ୍ୟ ଅନ୍ୟତ୍ର ବିବାହ କରି ଦୁଇ ସନ୍ତାନକୁ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତିା ଏଭଳି ସ୍ଥିତିରେ ଜେଜେମା’ ମୂଲ ଲାଗି ଦୁଇ ଛୁଆଙ୍କୁ ଦାନା ଯୋଗାଉଛିା ପରିଣତ ବୟସରେ ଶରୀରର ଅସୁସ୍ଥତା ସତ୍ତ୍ୱେ କୁନି କୁନି ଦୁଇଶିଶୁଙ୍କୁ ଦାନା ଯୋଗାଇବା ପାଇଁ ବାର ଦୁଆର ବୁଲି ମୁଲ ଲାଗୁଛିା

ଯେଉଁଦିନ କାମ ବନ୍ଦ, ସେହିଦିନ ତାଙ୍କ ଘରେ ଚୁଲି ବନ୍ଦା ଏଭଳି ସ୍ଥିତିରେ ଦୟନୀୟ ଅବସ୍ଥାରେ ଦୁଇ ଶିଶୁ ରହିଥିବା ବେଳେ ସେମାନଙ୍କ ପାଠ ପଢା କଥା ବା ପଚାରେ କିଏା ତଥାପି ମଧ୍ୟାହ୍ନ ଭୋଜନ ଆଶାରେ ଦୁଇ ଶିଶୁ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଗ୍ରାମବାସୀ ବାରମ୍ବାର ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ଏମାନଙ୍କ ଦୁଃଖ ଜଣାଇଥିଲେ ମଧ୍ୟ କେହି ଆହା ପଦେ କହିନାହାନ୍ତିା

ଅନ୍ୟ ପକ୍ଷରେ କୋମଳମତି ଦୁଇ ଶିଶୁ ପରିଣତ ବୟସରେ ଜେଜେମା’ଙ୍କ ଉପରେ ବୋଝ ହୋଇଛନ୍ତିା ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଶିଶୁଙ୍କୁ ଉଦ୍ଧାର କରି ଶିଶୁ ସୁରକ୍ଷା ସମିତି ଦ୍ୱାରା ଉପଯୁକ୍ତ ଥଇଥାନ କରି ଶିକ୍ଷାଦାନ ବ୍ୟବସ୍ଥା କରିବା ନିମନ୍ତେ ବିଧାୟକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଥିଲା।

ଏ ସମ୍ପର୍କରେ ଜାଣିଲା ପରେ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଘଟଣାର ତଦନ୍ତ କରି ଆଜି ଦୁଇ ଶିଶୁଙ୍କୁ ସ୍ଥାନୀୟ ଏମ୍.ଭି.୪୨ ସ୍ଥିତ ସ୍ୱଧାର ଗୃହରେ ରଖିଛନ୍ତି। ଏଥିସହ ବୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯାଇଛି। ଆଗାମୀ ଦିନରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆବାସ ଗୃହରେ ରଖି ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତିା

Comment