ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ଲୁ ହ୍ୱେଲ୍ଗେମ୍ପରେ ଏବେ ମୋମୋ ହ୍ୱାଟ୍ସଆପ୍ଚାରିଆଡ଼େ ଆତଙ୍କ ସୃଷ୍ଟି କଲାଣି ଲାଟିନ୍ଆମେରିକୀୟ ଦେଶ ଗୁଡ଼ିକର ନିଦ ହଜାଇବା ପରେ ଏବେ ଏହା ଧୀରେ ଧୀରେ ଆମେରିକା ମୁହାଁ ହେଉଛି

କିଛିଦିନ ପୂର୍ବରୁ ବ୍ଲୁ ହ୍ୱେଲ ଗେମ୍‌ ଖେଳି ଅନେକ ନୀରିହ ପିଲାଙ୍କ ପ୍ରାଣ ଯାଇଥିଲା। କାରଣ ଏହି ଖେଳରେ ରହିଥିଲା ଏଭଳି କିଛି ଟାକ୍ସ ଯାହାକୁ ପୁରଣ କରି କରି ଶେଷରେ ଚ୍ୟାଲେଞ୍ଜରକୁ ନିଜ ଜୀବନ ଦେବାକୁ ପଡୁଥିଲା।

ବ୍ଲୁ ହ୍ୱେଲ ଗେମ ପରେ ଏବେ ସୋସିଆଲ ମିଡିଆରେ ଆଉ ଏକ ଚ୍ୟାଲେଂଜ ଭାଇରାଲ ହେଉଛି। ଯାହାକି ହ୍ୱାଟସଆପରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଆଉ ଏହି ଖେଳର ନାଁ ରହିଛି ମୋମୋ। ଏହି ଖେଳ ଆର୍ଜେଷ୍ଟିନା, ମେକ୍ସିକୋ, ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶମାନଙ୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହାକି ପିଲାମାନଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇ ଥାଏ।

ମୋମୋ ଚ୍ୟାଲେଞ୍ଜ୍ କ’ଣ ?

ହ୍ୱାଟ୍‌ସଆପ୍‌ରେ ଗୋଟିଏ ନମ୍ବର ବ୍ୟାପିବାରେ ଲାଗିଛି। ଏହି ନମ୍ବରର ପ୍ରୋଫାଇଲ ଫଟୋରେ ଗୋଟିଏ ଭୟାନକ ରୂପ ଧାରୀ ଝିଅକୁ ଦେଖିବାକୁ ମିଳୁଛି ଓ ସେ ନିଜ ନାମ ମୋମୋ ରଖିଛି। ସର୍ବପ୍ରଥମେ ଏହା ଫେସବୁକରେ ଦେଖାଯାଇଥିଲା। ଏଭଳି ଅଦ୍ଭୁତ ଚେହେରା ଦେଖି କିଛି ଲୋକ ତା’ ପ୍ରତି ଆକର୍ଷିତ ହେଲେ ଓ ଯୋଗାଯୋଗ କରିବା ପାଇଁ ଚେଷ୍ଟା କଲେ। ଏଭଳି କୁହାଯାଉଛି ଯେ, ଏହି ଅଦ୍ଭୁତ ପେପ୍ରୋଫାଇଲ ଥିବା ଝିଅ ସହ କଥା ହୋଇଥାଏ ସେ ଆତ୍ମହତ୍ୟା ପଥରେ ଆଗକୁ ବଢ଼ିଥାଏ।

ମୋମୋର ଫଟୋ ଜାପାନ ସଂଗ୍ରହାଳୟରେ ଥିବା ଏକ କଣ୍ଢେଇ ଆକୃତିର ହୋଇଛି। ଏହାକୁ ଜାପାନୀ କଳାକାର ମିଦୋରି ହାୟଶି ତିଆରି କରିଥିଲେ। ତେଣୁ କୁହାଯାଉଛି କି ଏହି ଖେଳ ଜାପାନରୁ ଆରମ୍ଭ ହୋଇଛି। ହେଲେ ଆମେରିକାରେ ଯେଉଁ ନମ୍ବର ବ୍ୟାପିବାରେ ଲାଗିଛି ତାହା ମେକ୍ସିକୋ ଓ ବ୍ରାଜିଲର ବୋଲି ଜଣାପଡ଼ିଛି।

ପିଲାମାନଙ୍କ ପାଇଁ ବିପଦ

ଏଭଳି ଜିନିଷ ପ୍ରଥମେ ଛୋଟ ବା ଅଳ୍ପ ବୟସର ପିଲାମାନଙ୍କୁ ନିଜର ଶିକାର ବନାଏ। ପିଲାମାନେ ଏହାର ସଂସ୍ପର୍ଶରେ ଆସିଲା ପରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରନ୍ତି।

   ପିଲାମାନଙ୍କୁ ଏଥିରୁ କିପରି ଦୂରେଇ ରଖିବେ?

  • ଅଜଣା ଫୋନ୍‌ ନମ୍ବର୍‌କୁ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ସେଭ୍‌ କରନ୍ତୁ ନାହିଁ। ପିଲାମାନଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ ଫୋନ୍‌ରେ ପ୍ୟାଟର୍ଣ୍ଣ ଲକ୍‌ ପକାନ୍ତୁ। ଅଜଣା ଲୋକଙ୍କ ସହିତ ନମ୍ବର୍ ଏକ୍ସଚେଞ୍ଜ୍‌ କରନ୍ତୁ ନାହିଁ।
  • ଆପଣଙ୍କ ପିଲା ସୋଶାଲ୍‌ ମିଡିଆ ଆକାଉଣ୍ଟରେ କ’ଣ ଶେୟାର କରୁଛି, ତା’ ଉପରେ ନଜର ରଖନ୍ତୁ। ଖାସ୍‌ କରି ସେ ଫୋନ୍‌ ନମ୍ବର ସେୟାର କରୁଛି କି ନାହିଁ, ଏହା ଜାଣିବାକୁ ଚେଷ୍ଟା କରନ୍ତୁ।
  • ନିଜ ଫୋନ୍‌କୁ ଆଣ୍ଟି ଭାଇରସ୍‌ ସାହାଯ୍ୟରେ ସୁରକ୍ଷିତ ରଖନ୍ତୁ। ଏହାଦ୍ୱାରା ଯେବେ ବି ଆପଣ କୌଣସି ଲିଙ୍କ୍‌ ଖୋଲିବେ ସେତେବେଳେ ଏକ ପପ୍‌-ଅପ୍ ମେସେଜ୍ ଆସିବ। ଏବଂ ଆପଣଙ୍କ ହ୍ୱାଟ୍‌ସଆପ୍‌, ଏସ୍‌ଏମ୍‌ଏସ୍ ଓ ଫେସ୍‌ବୁକ୍‌ ମେସେଞ୍ଜର୍‌କୁ ବି ସୁରକ୍ଷା ଦେବ।
  • ଯଦି ଆପଣଙ୍କ ପିଲା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛି ତେବେ ତାଙ୍କ ଉପରେ ସବୁବେଳେ ନଜର ରଖନ୍ତୁ।
  • ସେହିପରି ଯଦି ପିଲାଙ୍କ ବ୍ୟବହାରରେ ହଠାତ୍ କିଛି ପରିବର୍ତ୍ତନ ପରିଲକ୍ଷୀତ ହେଉଛି ତେବେ ତୁରନ୍ତ କୌଣସି ଭଲ ମନସ୍ତତ୍ୱ ବିଶେଷଜ୍ଞ ସହ ଯୋଗାଯୋଗ କରନ୍ତୁ।

Comment