ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପପତିମାନଙ୍କୁ ଭେଟିବେ। ଓଡ଼ିଶା ପ୍ରତି ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ମୁମ୍ବାଇରେ ରୋଡ ସୋ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ମୁମ୍ବାଇର ପଞ୍ଚତାରକା ହୋଟେଲ ‘ତାଜ ପ୍ୟାଲେସ’ରେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ସକାଳ ସାଢ଼େ ୯ଟାରେ ମୁମ୍ବାଇ ଅଭିମୁଖେ ଯାଇଥିଲେ। ୧୨ଟା ୪୫ରେ ସେ ମୁମ୍ବାଇରେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀଙ୍କର ଆଜି ମୁମ୍ବାଇରେ କୌଣସି କାର୍ଯ୍ୟକ୍ରମ ନାହିଁ। ତେବେ ମୁଖ୍ୟମନ୍ତ୍ରୀ ଏହି ହୋଟେଲର କିଛି ବନ୍ଧୁଙ୍କ ପାଇଁ ଡିନର ପାର୍ଟି ରଖିଥିବା ଜଣାପଡ଼ିଛି।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତାଜ ପ୍ୟାଲେସ୍ ହୋଟେଲରେ ଶିଳ୍ପପତିମାନଙ୍କୁ ଭେଟିବେ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିବେ।

ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନେତୃତ୍ୱରେ ହେବାକୁ ଥିବା ରୋଡ୍ ସୋ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ।

ନଭେମ୍ବର ୧୧ରୁ ୧୫ ତାରିଖ ଭିତରେ ଓଡ଼ିଶାରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଏହାକୁ ସଫଳ କରିବା ପାଇଁ ଜୋରସୋର୍ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ।

Comment