ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ମାସ ତାରିଖରୁ ଆରମ୍ଭ ହେବ ଚଳିତ ବିଧାନସଭାର ତ୍ରୟୋଦଶ ଅଧିବେଶନ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍୧୧ଟି କାର୍ଯ୍ୟ ଦିବସ ରହିବ

  • ଆସନ୍ତା ମାସ ୪ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ।
  • ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୧ଟି କାର୍ଯ୍ୟ ଦିବସ ରହିଛି।
  • ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।
  • ୧୭ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରାଯିବ।

ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗୀୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସେପ୍ଟେମ୍ବର ୪ ତାରିଖରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୧୧ଟି କାର୍ଯ୍ୟ ଦିବସ ରହିବ। ସେପ୍ଟେମ୍ବର ୮, ୯, ୧୩, ୧୪, ୧୫ ଓ ୧୬ ତାରିଖରେ ବିଧାନସଭାର କୌଣସି କାର୍ଯ୍ୟ ହେବ ନାହିଁ।

୪ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ୧୭ ତାରିଖ ଦିନ ବ୍ୟୟମଞ୍ଜୁରର ବିଲ ଆଗତ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

Comment