ଓଡ଼ିଶାଲାଇଭ୍‌ ବ୍ୟୁରୋ

   

ମାଲକାନଗିରି : ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଡାଗାଁ ଜିଲ୍ଲାରେ ଦେବଦୂତ ସାଜିଲେ ଆଇଟିବିଟି ଯବାନ। ଜଣେ ଗର୍ଭବତୀ ମହିଳାଙ୍କୁ ୭ କିଲୋମିଟର ଦୂରକୁ କାନ୍ଧରେ ବୋହିଲେ ଏହି ଯବାନମାନେ ଯବାନମାନଙ୍କ ଏଭଳି ମାନବିକତା କାର୍ୟ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଶୁକ୍ରବାର ସକାଳେ କୋଣ୍ଡାଗାଓ ଜିଲ୍ଲା ଅନ୍ତର୍ଗତ ହାଡଲେ ଗାଁରେ ଥିବା ୪୧ ବାଟାଲିଆନ ଆଇଟିବିପି କ୍ୟାମ୍ପର ଯବାନ ଅପରେସନ ଲାଗି ହରିଜନପଡା ଜଙ୍ଗଲକୁ ବାହାରିଥିଲେ। ନକ୍ସଲ ଅପରେଶନରେ ଯବାନମାନେ ବାହାରିଥିଲେ।

ଏହି ସମୟରେ ରୁକମଣି ବାଘେଲ ନାମକ ଜଣେ ଆଦିବାସୀ ମହିଳା ପ୍ରସବ ଯନ୍ତ୍ରଣା ନେଇ ଖବର ପାଇଥିଲେ ଯବାନଗଣ। ଯବାନମାନେ ଆଉ ଆଗକୁ ନଯାଇ ଆରମ୍ଭ କରିଥିଲେ ମହିଳାଙ୍କ ଜୀବନ ବଞ୍ଚାଅ ଅପରେଶନ।

ରାସ୍ତାରେ ଲ୍ୟାଣ୍ଡ ମାଇନର ଭୟକୁ ବେଖାତିର କରି ଯବାନମାନେ ମହିଳାଙ୍କୁ ଭାରରେ ବୋହି ହାଡଲେ ଆଇଟିବିପି କ୍ୟାମ୍ପକୁ ଆଣିଥିଲେ। କ୍ୟାମ୍ପର ଡାକ୍ତର ଏହି ପ୍ରସୂତି ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ପରେ ସେଠାରେ ମହିଳା ଜଣକ ଏକ ସନ୍ତାନ ଜନ୍ମ ଦେଇଥିଲେ।

ପ୍ରସବ ପରେ ମହିଳା ଓ ଶିଶୁର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇଟିବିପି ଯବାନମାନେ ନିଜ ଆମ୍ବୁଲାନ୍ସରେ ମହିଳାଙ୍କୁ କୋଣ୍ଡାଗାଓ ଜିଲ୍ଲା ଚିକିତ୍ସାଳୟକୁ ନେଇଯାଇଛନ୍ତି।

Comment