ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ତୋୟାପୁଟ୍ ନିକଟରେ ମାଟି ଅତଡ଼ା ଧସିଛି।

ମାଟି ଅତଡ଼ା ଟ୍ରେନ୍ ଲାଇନରେ ପଡ଼ିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଅଧା ରାସ୍ତାରେ ହୀରାଖଣ୍ଡ ଏକ୍ସପ୍ରେସ୍, କୋରାପୁଟ-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକି ରହିଛି। ଖବରପାଇ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି।

ତୋୟାପୁଟରେ କେରାପୁଟ-ରାଉରକେଲା ଇଣ୍ଟରସିଟି ଅଟକି ରହିଥିବା ବେଳେ ଲକ୍ଷ୍ମୀପୁରରେ ହୀରାଖଣ୍ଡ ଏବଂ ଦାମନଯୋଡ଼ିରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକି ରହିଛି।

Comment