ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୫ରୁ ଜିଓ ଗିଗା ଟିଭି ସେବା ଆରମ୍ଭ ହୋଇଛି। ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକମାନେ ମାଇଜିଓ ଆପ କିମ୍ବା ଜିଓଡଟ୍‌ କମକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ।

ଅଗଷ୍ଟ ୧୫ରୁ ଦେଶରେ ରିଲାଏନ୍‌ସ ଜିଓର ଗିଗାଟିଭି ସେବା ଆରମ୍ଭ ହୋଇଛି। ତେବେ ରେଜିଷ୍ଟ୍ରେସନ ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ତେବେ କମ୍ପାନିର ଏହା ଏକ ଫାଇବର ବ୍ରଡବ୍ୟାଣ୍ଡ ଯାହା ଗ୍ରାହକଙ୍କୁ ଏଚଡି ସେବା ପ୍ରଦାନ କରିବ। ଯେଉଁଥିରେ କୌଣସି ପ୍ରକାରର ଆଣ୍ଟିନା ଲଗାଇବାକୁ ଆପଣଙ୍କୁ ପଡ଼ିବ ନାହିଁ।

ଫଳରେ ଗ୍ରାହକମାନେ ଏଚଡି କ୍ୱାଲିଟିର ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିବ। ତେବେ ଏହିସବୁ ଚ୍ୟାନେଲ ଦେଖିବା ପାଇଁ ଆପଣ ରିଲାଏନ୍‌ସ ଦ୍ୱାରା ଉପଲବ୍ଧ କରାଯାଇଥିବା ସେଟଅପ ବକ୍ସ ସହିତ ସଂଯୋଗ କରି ଏହି ସେବାର ଫାଇଦା ଉଠାଇ ପାରିବେ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକମାନେ ମାଇଜିଓ ଆପ କିମ୍ବା ଜିଓଡଟ୍‌ କମକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରେସନ ବର୍ତ୍ତମାନ ୧୧୦୦ଟି ସହର ପାଇଁ ହେବ। ଏଥିରେ ଯେଉଁ ସହରମାନଙ୍କରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ ହେବ, ସେଠାରେ ପ୍ରଥମେ କନେକ୍ସନ ଦିଆଯିବ।

କମ୍ପାନି ଗ୍ରାହକମାନଙ୍କ ପାଇଁ ୫ଟି ପ୍ଲାନ ଲଞ୍ଚ କରିବାକୁ ଯାଉଛି। ଯାହାର ପ୍ରାରମ୍ଭିକ ଦାମ ରଖାଯାଇଛି ମାତ୍ର ୫୦୦ଟଙ୍କା ଏବଂ ସର୍ବାଧିକ ୧୫୦୦ ଟଙ୍କା ରଖାଯାଇଛି। ସମସ୍ତ ପ୍ଲାନରେ ଡିଟିଏଚ କନେକ୍ସନ ପାଇଁ କୌଣସି ପ୍ରକାରର ତଥା କୌଣସି ବି ଚାର୍ଜ ଲାଗିବ ନାହିଁ।

ଜାଣନ୍ତୁ କମ୍ପାନି ଗ୍ରାହକମାନଙ୍କ ରଖିଥିବା ୫ଟି ପ୍ଲାନ

୫୦୦ ଟଙ୍କିଆ ପ୍ଲାନ

୫୦୦ ଟଙ୍କିଆ ପ୍ଲାନରେ ଲୋକଙ୍କୁ ମାସିକ ୩୦୦ ଜିବି ଡାଟା ଏବଂ ୫୦ ଏମବିପିଏସର ସ୍ପିଡ ମିଳିବ।

୭୫୦ ଟଙ୍କିଆ ପ୍ଲାନ

ଏହାପରେ ୭୫୦ ଟଙ୍କିଆ ପ୍ଲାନ ରହିଛି, ଯେଉଁଥିରେ ଲୋକଙ୍କୁ ୪୫୦ ଜିବିର ଡାଟା ମିଳିବ। ଏଥିରେ ମଧ୍ୟ ସ୍ପିଡ୫୦ ଏମବିପିଏସର ମିଳିବ।

୯୯୯ ଟଙ୍କିଆ ପ୍ଲାନ

୯୯୯ ଟଙ୍କିଆ ମାସିକ ପ୍ଲାନରେ ଲୋକଙ୍କୁ ୬୦୦ ଜିବି ଡାଟା ସମେତ ୧୦୦ ଏମବିପିଏସ ସ୍ପିଡ ମିଳିବ।

୧୨୯୯ ଟଙ୍କିଆ ପ୍ଲାନ

୧୨୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ପର୍ଯ୍ୟନ୍ତ ୭୪୦ ଜିବି ଡାଟା ଏବଂ ୧୦୦ ଏମବିପିଏସର ସ୍ପିଡ ମିଳିବ। ସମସ୍ତ ପ୍ଲାନରେ ଗ୍ରାହକଙ୍କୁ ଡିଟିଏଚ ଏବଂ ଲ୍ୟାଣ୍ଡଲାଇନ ଫୋନର ସୁବିଧା ମଧ୍ୟ କମ୍ପାନି ତରଫରୁ ମିଳିବ।

୧୫୦୦ଟଙ୍କିଆ ପ୍ଲାନ

୧୫୦୦ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ଯାଏଁ ୯୦୦ ଜିବି ଡାଟା ଏବଂ ୧୫୦ ଏମବିପିଏସର ସ୍ପିଡ ମିଳିବ।

Comment