ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ ନିକ ଜୋନସ୍‌ଙ୍କ ସହ ନିର୍ବନ୍ଧ ଶେଷ।

ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଶେଷରେ ନିଜ ବିଦେଶୀ ବୟଫ୍ରେଣ୍ଡ୍ ନିକ୍‌ ଜୋନ୍ସଙ୍କ ସହ ନିର୍ବନ୍ଧ କରିଛନ୍ତି। ମୁମ୍ବାଇରେ ଦୁହିଁଙ୍କ ଏନ୍‌ଗେଜ୍‌ମେଣ୍ଟ ସେରିମନି ଆୟୋଜିତ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ବହୁ ବଲିଉଡ କଳାକାର।

ଏନ୍‌ଗେଜ୍‌ମେଣ୍ଟ ସେରିମନିରେ ପ୍ରିୟଙ୍କା ଏକ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ ନିକ୍‌ ପିନ୍ଧିଥିଲେ ଏକ କ୍ରିମ୍‌ କଲରର ପୋଷାକ। ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ଶେଷ ହୋଇଥିଲା। ନିକ୍‌ ଓ ପ୍ରିୟଙ୍କାଙ୍କ ନିର୍ବନ୍ଧ ଶେଷ ହୋଇଥିଲେ ମଧ୍ୟ ବିବାହ କେବେ ହେବ ତାହା ଜଣାପଡ଼ିନାହିଁ।

ନିକ ଜୋନସ୍‌ଙ୍କ ମା’ ଡୋନିସ୍ ଜୋନସ୍ ଓ ପିତା କୋବିନ୍ ଜୋନସ୍ ଦୁଇଦିନ ହେଲା ମୁମ୍ବାଇରେ ପହଞ୍ଚି ସାରିଥିଲେ। ନିକଙ୍କ ପରିବାରବର୍ଗଙ୍କୁ ସ୍ଵାଗତ ଜଣାଇବା ପାଇଁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ପ୍ରଥମରୁ ଏୟାରପୋର୍ଟରେ ଉପସ୍ଥିତ ଥିଲେ।

ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଓ ହଲିଉଡ ଫେମ୍‌ ନିକଙ୍କ ବିବାହକୁ ନେଇ କିଛି ଦିନ ହେବ ବେଶ୍‌ ଚର୍ଚ୍ଚା ହେଉଥିଲା। ସଲମାନ୍ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ଭାରତ’ରେ ପ୍ରଥମେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବାର ଥିଲା, କିନ୍ତୁ ସେ ବିବାହ ପାଇଁ ଏହାକୁ ଛାଡ଼ି ଦେଇଥି‌ଲେ। ଏବେ ସଲମାନ୍ ଓ କାଟ୍ରିନା କୈଫ୍ ମାଲ୍ଟାରେ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Comment