ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏମିତି କିଛି ବଲିଉଡ କଳାକାର ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ କଥା ମାନିନଥିଲେ ଜାଣନ୍ତୁ ସେମାନେ କାହିଁକି ମାନିନଥିଲେ ନିର୍ଦ୍ଦେଶକଙ୍କ କଥା

ଫିଲ୍ମ ନିର୍ମାଣରେ ସବୁଠାରୁ ବଡ଼ ଭୂମିକା ହେଲା ନିର୍ଦ୍ଦେଶକଙ୍କର। କାରଣ ସିନେମା ହେଉଛି ମୁଖ୍ୟତଃ ନିର୍ଦ୍ଦେଶକଙ୍କର ମାନସ ସନ୍ତାନ। କେଉଁ ଦୃଶ୍ୟ ରଖିବେ କିଭଳି କଳାକାରଙ୍କଠାରୁ କାମ ଆଦାୟ କରିବେ ଏସବୁ ବି ନିର୍ଦ୍ଦେଶକଙ୍କର କାମ। କିନ୍ତୁ ବେଳେବେଳେ ଏମିତି ବି ହୋଇଛି ଯେ କଳାକାରମାନେ ନିର୍ଦ୍ଦେଶକଙ୍କ କଥା ରଖନ୍ତି ନାହିଁ।

ନିର୍ଦ୍ଦେଶକ ଯେତେ ବୁଝାଇଲେ ବି କଳାକାରମାନେ ରାଜି ହୁଅନ୍ତି ନାହିଁ। ଆସନ୍ତୁ ଜାଣିବା ଏହି କଳାକାରମାନେ କିଏ ଓ କାହିଁକି ସେମାନେ ଏଭଳି ପଦକ୍ଷେପ ଉଠାଇଥିଲେ।

ହ୍ରିତିକ୍ରୋଶନ୍

ବଲିଉଡର ଲୋକପ୍ରିୟ ନାୟକ ହ୍ରିତିକ୍‌ ରୋଶଙ୍କୁ ଜଣେ ପରଫେକ୍ସନିଷ୍ଟ୍ ବୋଲି କୁହାଯାଏ। ହେଲେ ସେ ଥରେ ନିର୍ଦ୍ଦେଶକଙ୍କ କଥା ମାନିନଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍‌ ତାଙ୍କର ଫ୍ଲପ୍‌ ସିନେମା ‘ମହେନଞ୍ଜୋଦାରୋ’ର ଏକ ଦୃଶ୍ୟରେ ହ୍ରିତିକଙ୍କୁ ଖୁବ୍‌ ଉଚ୍ଚରୁ ଡେଇଁବା ପାଇଁ କହିଥିଲେ। ହେଲେ ଏ କଥା ଶୁଣି ସେ ସିଧାସଳଖ ମନା କରିଦେଇଥିଲେ। ହ୍ରିତିକଙ୍କର ବ୍ରେନ୍‌ ସର୍ଜରି କରାଯାଇଥିବାରୁ ସେ ନିର୍ଦ୍ଦେଶକଙ୍କ କଥାରେ ରାଜି ହୋଇନଥିଲେ।

କରିନା କପୁର ଖାନ୍

ଲୋକପ୍ରିୟ ନିର୍ଦ୍ଦେଶକ ପ୍ରକାଶ ଝା ତାଙ୍କ ହିଟ୍ ଫିଲ୍ମ ‘ସତ୍ୟାଗ୍ରହ’ରେ କରିନା କପୁରଙ୍କୁ ଏକ ଚୁମ୍ବନ ଦୃଶ୍ୟ ଦେବାକୁ ଅନୁରୋଧ କରିଥିଲେ।

ନିର୍ଦ୍ଦେଶକ ଚାହୁଁଥିଲେ କରିନା ‘ରସ୍‌ ସେ ଭରେ ତେରା ନୈନା… ଗୀତର ଏକ ସଟ୍‌ରେ ଅଭିନେତା ଅଜୟ ଦେବଗନଙ୍କୁ କିସ୍‌ କରନ୍ତୁ। ସେ ଚାହୁଁଥିଲେ ଅଜୟ ଓ କରିନାଙ୍କ ଉପରେ ଅନ୍ତରଙ୍ଗ ଦୃଶ୍ୟ ରଖିବେ। ଏ କଥା କରିନାଙ୍କୁ କହିବା ମାତ୍ରେ ସେ ସିଧାସଳଖ ମନା କରିଦେଇଥିଲେ। ଫଳରେ ଏହି ଦୃଶ୍ୟକୁ ‘ସତ୍ୟାଗ୍ରହ’ ସିନେମାରେ ବାଦ୍‌ ଦିଆଯାଇଥିଲା।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ଅଭିନୟ ପ୍ରତି ସମର୍ପିତ, ଏକଥା ସମସ୍ତଙ୍କୁ ଜଣା। ସେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି। ହେଲେ ଥରେ ସେ ବି ଜଣେ ନିର୍ଦ୍ଦେଶକଙ୍କ କଥା ଶୁଣିନଥିଲେ। ଏହି ନିର୍ଦ୍ଦେଶକ ଜଣକ ହେଲେ ଆଶୁତୋଷ ଗୋୱାରିକର।

ଆଶୁତୋଷ ତାଙ୍କର ସୁପରହିଟ୍‌ ଫିଲ୍ମ ‘ଯୋଧା ଆକବର୍’ର ଏକ ଦୃଶ୍ୟକୁ ଜୀବନ୍ତ କରିବା ଲାଗି ଶୁଦ୍ଧ ଦେଶୀ ଘିଅରେ ଖାଦ୍ୟ ପ୍ରସ୍ତୁତ କରାଇଥିଲେ। ଆଶୁତୋଷ ସେହି ଖାଦ୍ୟ ଖାଇବା ପାଇଁ ଐଶ୍ବର୍ଯ୍ୟା ଙ୍କୁ କହିଥିଲେ, କାରଣ ରାଜା- ମହାରାଜାଙ୍କ ଘରେ ସେଭଳି  ଖାଦ୍ୟର ପ୍ରଚଳନ ଥିଲା। ହେଲେ ଐଶ୍ୱର୍ଯ୍ୟା ତାହା କରିବାକୁ ରାଜି ହୋଇନଥିଲେ। ନିଜ ଶରୀରକୁ ଆଖି ଆଗରେ ରଖି ଐଶ୍ୱର୍ଯ୍ୟା ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ।

ସଲମାନ୍ଖାନ୍

ବଲିଉଡ ଦବଙ୍ଗଷ୍ଟାର ସଲମାନ୍‌ ଖାନ୍‌ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସେ ବି ନିର୍ଦ୍ଦେଶକଙ୍କ କଥା ଅବମାନନା କରିଛନ୍ତି।

ସଲମାନ୍‌  ତାଙ୍କର ପ୍ରିୟ ନିର୍ଦ୍ଦେଶକ ଅଲ୍ଲୀ ଅବ୍‌ବାସ୍‌ ଜାଫରଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହେ’ରେ କାମ କରିଥିଲେ। ଏହି ଫିଲ୍ମରେ ନିର୍ଦ୍ଦେଶକ ଚାହୁଁଥିଲେ ସଲମାନ୍‌ ଓ କାଟ୍ରିନାଙ୍କ ଉପରେ ଏକ ଚୁମ୍ବନ ଦୃଶ୍ୟ ରଖିବେ। ଏଥିପାଇଁ ସେ ସଲମାନ୍‌ ଖାନଙ୍କୁ ଅନୁରୋଧ କରିଥିଲେ। ଭାଇଜାନ୍‌ଙ୍କୁ ଯେତେ ବୁଝାଇଲେ ବି ପରଦା ଉପରେ କାଟ୍ରିନାଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ ସେ।

 

Comment