ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଆଇଟି କୋଚିଂ ଛାତ୍ରଛାତ୍ରୀ ପାଇଁ ଖୁସି ଖବର। ସରକାର ଦେବେ ମାଗଣା କୋଚିଂ।

ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭଳି ସଂସ୍ଥାନରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ମାଗଣାରେ ମିଳିବ ଆଇଆଇଟି କୋଚିଂ।

ମହଙ୍ଗା ପ୍ରାଇଭେଟ୍‌ କୋଚିଂରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ଭଲ ପଦକ୍ଷେପ। ଆଇଆଇଟି ପଢ଼ିବାକୁ ଚାହୁଁଥିବା ପିଲାଙ୍କୁ ମାଗଣାରେ କୋଚିଂ ଦେବେ। କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି, “ଆଇଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ‘ଆଇଆଇଟି-ପିଏଏଲ’ ପ୍ରୋଗ୍ରାମକୁ ଅଧିକ ଲୋକପ୍ରିୟ କରାଯିବ। ଏହାଦ୍ଵାରା ଆଇଆଇଟି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ ମାଧ୍ୟମରେ ପାଠ ସମ୍ବନ୍ଧୀୟ ଜ୍ଞାନ ହାସଲ କରିପାରିବେ”।

ଏହି ୱେବସାଇଟର ନାଁ ରଖାଯାଇଛ ‘ସ୍ଵୟଂ’। ଏହି ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ କୋଚିଂ ନେଇପାରିବେ। ଆଇଆଇଟି ପ୍ରଫେସରଙ୍କ ଦ୍ଵାରା ଭିଡିଓ ଟ୍ୟୁଟୋରିଆଲ୍ ମାଧ୍ୟମରେ ପିଲାମାନେ କୋଚିଂ ନେଇପାରିବେ। ୫୨ତମ ଆଇଆଇଟି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

‘ଆଇଆଇଟି-ପିଏଲ’ ପ୍ରୋଗ୍ରାମରେ ଗଣିତ, ରସାୟନିକ ବିଜ୍ଞାନ, ପଦାର୍ଥ ବିଜ୍ଞାନ ବିଭାଗରୁ ୬୦୦ରୁ ଅଧିକ ଆଇଆଇଟି ପ୍ରଫେସର ପଢ଼ାଇବେ। ପିଲାମାନେ କେବଳ ଯେ ଗୁଡ଼ିକ ଦେଖିପାରିବେ ତା’ନୁହେଁ ପ୍ରାକ୍ଟିସ କରି ପ୍ରଶ୍ନ ମଧ୍ୟ ପଚାରି ପାରିବେ। ଏହି ସୁବିଧା ସର୍ମ୍ପୂର୍ଣ୍ଣ ମାଗଣା ଉପଲବ୍ଧ ହେବ। ଏହାଦ୍ଵାରା ଆଗାମୀ ଦିନରେ ପିଲାମାନେ ଜେଇଇ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିପାରିବେ।

Comment