ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡଖଣ୍ଡୀ ଦନ୍ତା ହାତୀ ଅ।କ୍ରମଣରେ ଯୁବକଙ୍କ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଅଘଟଣ।
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଡୁମୁରିଆ ଗ୍ରାମରେ ଅଘଟଣ। ଝାଡଖଣ୍ଡୀ ଦନ୍ତା ହାତୀ ଅ।କ୍ରମଣରେ ଯୁବକଙ୍କ ମୃତ୍ୟୁ।
ରବିନ୍ଦ୍ର ମହାନ୍ତ ନାମକ ଜଣେ ଯୁବକ ରାତିରେ ଘରେ ଶୋଇଥିବା ସମୟରେ ଦନ୍ତାହାତୀ ଝରକା ଭାଙ୍ଗି ତାକୁ ଶୁଣ୍ଢରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା।
ଖବର ପାଇ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ବନବିଭାଗ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବନ ବିଭାଗର ଅଧିକାରୀ ଏବଂ କରଞ୍ଜିଆ ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରାଇ ତାର ପରିବାରକୁ ହସ୍ତାନ୍ତର କରିଥିଲେ।
ସରକାରଙ୍କ ନିୟମ ମୁତାବକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯିବାର ପ୍ରତିଶୃତି ପାଇ ଉତ୍ତେଜନା ପ୍ରଶମିତ ହୋଇଥିଲା।










