ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଲଗାଣ ବର୍ଷାରେ ଚିତ୍ରକୋଣ୍ଡାର ଆମାକୁଣ୍ଡ ନିକରେ ଏକ ପୋଲ ଭାସି ଯିଵାରୁ ୩ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। ଗତ ଦୁଇ ଦିନ ହେଲା ଲୋକେ ଯାତାୟତରେ ଅସୁବିଧା ଭୋଗୁଥିଲେ।
ଲୋକଙ୍କ ସୁବିଧା ପାଇଁ ସରକାରୀ ସହାୟତାକୁ ଅପେକ୍ଷା ନକରି ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ଅଣ୍ଟା ଭିଡ଼ିଲେ। ଗ୍ରାମବାସୀଙ୍କ ସହ ମିଶି ରାସ୍ତା ନିର୍ମାଣ ପାଇଁ ଆଗେଇ ଆସିଥିଲେ। ଲୋକଙ୍କୁ ଏକାଠି କରି ନିର୍ମାଣ କଲେ ଏକ ଅସ୍ଥାୟୀ ପୋଲ।
ଜଳ ନିଷ୍କାସନ ପାଇଁ ପୁରୁଣା ପାଇପ୍ ଯୋଗାଡ଼ କରି କଲଭର୍ଟରେ ପକାଇଛନ୍ତି। ୩ଟି ଗାଁର ଲୋକେ ଏଥିରେ ସହଯୋଗ କରିଥିଲେ।
ବିଧାୟକଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ତେବେ ଆଗକୁ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ବିଧାୟକ ଶ୍ରୀ ଶିଶା କହିଛନ୍ତି।