ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ କଇଁଫୁଲିଆ ଗ୍ରାମରେ ଅଭାବନୀୟ ଘଟଣା। ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଲକ୍ଷ୍ମୀ ମାଝୀ ଏବଂ ତାଙ୍କ ଦିଅର ଫୁଦାନ ମାଝି।
ଲକ୍ଷ୍ମୀର ସ୍ଵ।ମୀ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ଘଟଣା ଘଟିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେବା ପରେ ସେମାନେ କ୍ଵାକ୍ ନିକଟରେ ଚିକିତ୍ସା ହେଉଥିଲେ।
ମୃତ୍ୟୁର ସଠିକ କାରଣ ପୋଷ୍ଟମର୍ଟମ ପରେ ଜଣାପଡ଼ିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ତାଙ୍କ ରୋଷେଇ ଘରୁ ବଣଛତୁ ଦେଖିବାକୁ ମିଳିଥିଲା ବୋଲି ବେତନଟୀ ସ୍ଵ।ସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି। ମୃତଦେହ ବାରିପଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।