ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳ ସମଲ ଥାନା ନାଇକାନାଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଏକ ଅଟୋ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି।ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଅଟୋଟି ଖମାରରୁ ପିତିରି ଯାଉଥିଲା। ତେବେ ଗୁରୁତରଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଏହା ହେଉଛି ଆଜି ଅନୁଗୁଳରେ ହୋଇଥିବା ଦ୍ୱିତୀୟ ଦୁର୍ଘଟଣା। ଆଜି ଅପରାହ୍‌ଣରେ ହଣ୍ଡପା ଥାନା ଅଧିନସ୍ଥ ପାଗବନ୍ଧା ନିକଟରେ ଏକ କାରକୁ ଟ୍ରକଟି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।

Comment