ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ବାରବରା ରାଓ।

ପ୍ରଖ୍ୟାତ ବିପ୍ଲବୀ କବି ତଥା ମାଓ ଚିନ୍ତକ ବାରବରା ରାଓ ଗିରଫ। ବାରବରାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ପୁନେ ପୋଲିସ। ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ବାରବରାଙ୍କ ସହ ୭ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରେ ଦୁଇ ସାମ୍ବାଦିକ ଓ ଜଣେ ପ୍ରଫେସର ସାମିଲ ଅଛନ୍ତି।

ଗତ ଜୁନ ମାସରେ ମାଓବାଦୀଙ୍କ ପକ୍ଷରୁ ଏକ ଚିଠି ମିଳିଥିଲା। ଯେଉଁଥିରେ ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ହତ୍ୟା ଯୋଜନା କରାଯାଇଥିଲା।

Comment