ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି କରାଯାଇଛି। ଗତ ଜୁଲାଇ ମାସଠାରୁ ଏହା ପିଛିଲା ଭାବେ ଲାଗୁ କରାଯିବ। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଭତ୍ତା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୪୮.୪୧ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୨.୦୩ ଲକ୍ଷ ପେନସନ ଭୋଗୀ ଉପକୃତ ହେବ। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ଜୁଲାଇରୁ ଲାଗୁ ହେବ।

ଗତ ମାର୍ଚ୍ଚରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏବେ ଆଉ ୨ ପ୍ରତିଶତ ବୃଦ୍ଧି ପାଇ ମୋଟ ମହଙ୍ଗା ଭତ୍ତା ୯ ପ୍ରତିଶତରେ ପହଞ୍ଚିଛି।

Comment