ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୮ତମ ଏସିଆନ ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ଦୁଇ ଦୁଇଟି ରୌପ୍ୟ ଜିତି ଇତିହାସ ରଚିଛନ୍ତି ଦୂତି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଅନୁଷ୍ଠିତ ୧୮ତମ ଏସିଆନ ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତି ଦୂତି କେବଳ ରାଜ୍ୟ ପାଇଁ ନୁହେଁ ସମଗ୍ର ଦେଶକୁ ଗୌରବାନ୍ଵିତ କରିଛନ୍ତି।

ଦୂତିଙ୍କ ଏହି ଡବଲ ସଫଳତାରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏସିଆନ ଗେମ୍ସର ୧୦୦ ମିଟର ଦୌଡରେ ରବିବାରଦିନ ରୌପ୍ୟ ଜିତିଥିବା ଦୂତି ବୁଧବାରଦିନ ୨୦୦ ମିଟର ବି ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି।

ବୁଧବାର ଦିନ ୨୩.୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ ପୂରା କରି ରୌପ୍ୟ ଜିତିଥିଲେ ଦୂତି। ବାହାରିନର ଇଡିଡୋଙ୍ଗ ଓଡିୟୋଙ୍ଗ ୨୨.୯୬ ସେକେଣ୍ଡରେ ଦୌଡ଼ ପୂରା କରି ସ୍ଵର୍ଣ୍ଣ ପଦକ ଜିତିଥିଲେ।

ଏସିଆନ ଗେମ୍ସରେ ପ୍ରଥମ ପଦାର୍ପଣରେ ଦୂତି ଦୁଇଟି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଦୂତି। ପୂର୍ବରୁ କୌଣସି ଓଡ଼ିଆ ଖେଳାଳି ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତିନଥିଲେ। ଦୂତି ଆଜି ଏହି ରେକର୍ଡ ନିଜ ନାଁରେ କରିଛନ୍ତି।

Comment